08/June/2022
📌
BY: SRINIBASH ROUT
ରାଜ୍ୟରୁ ଆଉଜଣେ ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ।ଟିଟିଲାଗଡ଼ ସବ ଡିଭିଜନାଲ ସରକାରୀ ଡ଼ାକ୍ତରଖାନାରେ ଅଂଶୁଘାତର ଶିକାର ହୋଇ ଜଣେ ଅପରିଚିତ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଟିଟିଲାଗଡ ରେଳ ଷ୍ଟେସନ୍ ନିକଟରେ ଗତ ତିନି ଦିନ ତଳେ ଗୁରୁତର ଅବସ୍ଥାରେ ଥିବା ଦେଖି ଦୁଇ ଜଣ ଯୁବକ ଡ଼ାକ୍ତରଖାନାକୁ ଆଣି ଛାଡ଼ି ଚାଲିଯାଇଥିଲେ। ଉକ୍ତ ଯୁବକଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବା ଯୋଗୁଁ ସେ ତାଙ୍କ ପରିଚୟ ସଠିକ ଭାବେ ପ୍ରକାଶ କରି ପାରୁ ନ ଥିଲେ। ଗତ ତା୦୫ ତାରିଖ ରେ ନିଜକୁ ଅଟୋଡ୍ରାଇଭର କହି ଉକ୍ତ ଦୁଇ ଯୁବକ ପରିଚୟ ଦେଇ ମୃତକଙ୍କୁ ଭର୍ତ୍ତି କରି ଚାଲିଯାଇଥିଲେ। ଉକ୍ତ ୫ ତାରିଖ ଦିନରୁ ଅଂଶୁଘାତ କକ୍ଷ ର ୩ ନଂ ଶଯ୍ୟା ରେ ତାଙ୍କୁ ରଖି ଚିକିତ୍ସା ଜାରି ରଖାଯାଇଥିବା ବେଳେ ହଠାତ୍ ଗତ ମଙ୍ଗଳବାର ଦିନ ସନ୍ଧ୍ୟା ପ୍ରାୟ ୬ ଟା ୩୦ ମିନିଟରେ ତାଙ୍କ ଶୋଚନୀୟ ମୃତୁ ଘଟିଛି। ଡ଼ାକ୍ତର ଓଁକାର ହୋତା ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପରିଚିତ ମିଳିପାରିନାହିଁ। ଏପରିକି ଉକ୍ତ ଦୁଇ ଜଣ ଯେଉଁମାନେ କି ଡ଼ାକ୍ତର ଖାନା ପହଞ୍ଚାଇ ଥିଲେ କିଛି ସୂଚନା ମଧ୍ୟ ମିଳିପାରିନି। ଉକ୍ତ ମୃତ ଦେହ ସ୍ଥାନୀୟ ଡ଼ାକ୍ତରଖାନାରେ ଥିବା ବେଳେ ସରକାରୀ ଭାବେ ୯୦ ଘଣ୍ଟା ପର୍ଯ୍ୟନ୍ତ ରଖାଯିବା ପରେ ଯଦି କେହି ପରିବାର ଲୋକେ ନ ଆସନ୍ତି ତେବେ ସଂସ୍କାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ସ୍ବେଚ୍ଛାସେବୀ ମାନେ ଯଥା ଲାୟନ୍ସ କ୍ଲବ୍ ପ୍ରତିନିଧି ମହମ୍ମଦ ସାହିଲ ଓ ଜନସେବା ସଙ୍ଘ ସଭାପତି ଏ ନେଇ ସବ ସଂସ୍କାର ନିମନ୍ତେ ପୋଲିସ କୁ ସୂଚନା ଦେଇଥିବା ଜଣାଯାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ଓ ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ସବ ହସ୍ତାନ୍ତର କରିବା ପ୍ରକାଶ କରିଛନ୍ତି। ବିଶେଷ ଦ୍ରଷ୍ଟବ୍ୟ ଯେ- ଉକ୍ତ ଅଜଣା ବ୍ୟକ୍ତି ଙ୍କ ସବବ୍ୟବଛେଦ ପରେ ଅଂଶୁଘାତ ରେ ମୃତ୍ୟୁ ହୋଇଛି ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ଉକ୍ତ ଅଂଶୁଘାତ କକ୍ଷ ରେ ଆଉ ଚାରି ଅଂଶୁଘାତ ରେ ଅକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। ପରିତାପର ବିଷୟ ଏହା ଯେ, ଏହି ଡ଼ାକ୍ତରଖାନାରେ ମାତ୍ର ଗୋଟିଏ ସବ ସଂରକ୍ଷଣ ଫ୍ରିଜର ରହିଛି ଓ ସେଥିରେ ଆଉ ଜଣେ ଅନୁରୂପ ମୃତକଙ୍କୁ ରଖାଯାଇ ଥିବା ବେଳେ ବର୍ତ୍ତମାନ ୯୦ ଘଣ୍ଟା ପର୍ଯ୍ୟନ୍ତ ଆଉ ଜଣଙ୍କୁ କିପରି ରଖାଯିବ ତାହା ଚିନ୍ତାର ବିଷୟ ପାଲଟିଛି। କାରଣ ଶବ ବିନା ଫ୍ରିଜର ରେ ନଷ୍ଟ ହୋଇଯିବ। ପ୍ରକାଶ ଯେ ଗତ କାଲି ସିଂଧେକେଲା ଅଞ୍ଚଳ ରୁ ଜଣେ ଗୁରୁତର ପ୍ରସୂତୀ ମହିଳା ଆସିଥିବା ଓ ତାର ରକ୍ତର ପରିମାଣ ମାତ୍ର ୩℅ଭାଗ ରହିଥିଲା। ହେଲେ ଏହି ଡାକ୍ତର ଖାନା ରେ ଆଇସିୟୁ ବ୍ୟବସ୍ଥା ନ ଥିବାରୁ ଡ଼ଃ ବଳରାମ ସାହୁ ତାଙ୍କୁ ରକ୍ତ ବ୍ୟବସ୍ଥା କରେଇ ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରିଥିଲେ। ଅଞ୍ଚଳରେ ଏହି ମୁଖ୍ୟ ଡାକ୍ତର ଖାନା ର ପଦ, ପଦବୀ ସହ ଆବଶ୍ୟକ ଜରୁରୀ ସୁବିଧା, ସୁଯୋଗ ନ ଥିବାରୁ ଲୋକେ ଦୁର୍ଦ୍ଦଶା ଭୋଗ କରିବା ସହ ଅକାଳ ମୃତ୍ୟୁର ଶିକାର ହେବା ଦେଖାଯାଉଛି। ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ନିଜେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ବେଚ୍ଛାସେବୀ ମହଲରେ ଦୃଢ଼ ଦାବି ହେଉଛି।
https://socialnewsodiaofficial.blogspot.com
0 Comments