09 jun 2022

By-Madhabananda swain

 ଏମିତି ଏକ ଦୁଃଖଦ ହୃଦୟବିଦାରକ  ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅନ୍ତର୍ଗତ ଯଦୁଚନ୍ଦ୍ରପୁର ( ଉହାସୀଡିହ ) ଗ୍ରାମର ଲମ୍ବୋଧର ପରିଡାଙ୍କ ଏକମାତ୍ର ୧୮ବର୍ଷୀୟ ପୁଅ ରଶ୍ମିରଞ୍ଜନ ପରିଡା ମୁନା ଗତ ୬ତାରିଖ ସକାଳ ୧୦ଟା ସମୟରେ ଘର ପାଖରେ ଥିବା ପୋଖରୀରେ ଦାଦାଙ୍କ ପୁଅ   ସହିତ ଗାଧୋଉଥିବା ସମୟରେ ପାଣିରେ ବୁଡିଯାଇଥିଲେ । 


ସବୁଠାରୁ ଦୁଃଖଦ ପୂର୍ଣ୍ଣ ଘଟଣା ହେଲା ୫୫ବର୍ଷୀୟ ଲମ୍ବୋଧର ପରିଡା ଏବଂ ୫୦ବର୍ଷୀୟ ରଞ୍ଜିତା ପରିଡାଙ୍କ କୋଳରେ ଦିର୍ଘ ୧୪ବର୍ଷ ପରେ କେତେ ପୂଜାଅର୍ଚ୍ଚନା କରି ଏକମାତ୍ର ପୁଅ ମୁନାକୁ ଜନ୍ମ ଦେଇଥିଲେ ଦୁହେଁ । ମୁନା ପିଲାଟି ବେଳୁ ରାଉରକରଲାର ପାଣିପବନରେ ବଢି ଆସିଥିଲା । ମୁନା ରାଉରକେଲାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଉତ୍ତମ କୃତି ଛାତ୍ର ଥିଲେ ରଶ୍ମିରଞନ । ଭାରି ଭଦ୍ର ନମ୍ର ସ୍ଵଭାବର ଥିଲା ମୁନା ହେଲେ ଏତେ କମ ବୟସରେ ଭଗବାନ ତାଙ୍କ ପାଖକୁ ନେଇଜିବେ ବୋଲି କେବେ ପରିବାର ଲୋକଙ୍କ ସହ ଗ୍ରାମବାସୀ ମାନେ ବିଶ୍ଵାସ କରି ପାରୁନାହାଁନ୍ତି । ଆଉ ଗୋଟେ ଦୁଃଖଦ ଖବର ହେଲା ମୃତ୍ୟୁ ରଶ୍ମିରଞ୍ଜନଙ୍କ ବୋଉ  ରଞ୍ଜିତା ପରିଡା ୭ମାସ ହେବ ତାଙ୍କର ଦୁଇଟି କିଡିନୀ ନଷ୍ଟ ହୋଇଯାଇଛି । ବାପା ଲମ୍ବୋଧର ପରିଡା ଏବଂ ପୁଅ ରଶ୍ମିରଞନ ମୁନା ଦୁହେଁ କଟକ ବଡ ମେଡିକାଲରେ ମାଙ୍କୁ ଚିକିତ୍ସା କରାଇ ଘରକୁ ନେଇକି ଆସିଥିଲେ । ମା ରଞିତା ପରିଡା ବର୍ତ୍ତମାନ ସମ୍ଫୁର୍ଣ୍ଣ ଅସୁସ୍ଥ ମାଙ୍କୁ ପୁଅର ମୃତ୍ୟୁ ଖବର ଜଣାଯାଇନି…ଲମ୍ବୋଧର ପରିଡାଙ୍କ ବଂଶ ଯେପରି ପୁତ୍ରହୀନ ହୋଇପଡିଲା । ଲମ୍ବୋଧର ପରିଡାଙ୍କ ୯ବର୍ଷର ଝିଅ ଅଛି 






ଏଭଳି ଖବର ଜିଏ ଶୁଣୁଛି ତାଙ୍କ ହୃଦୟ ଫାଟି ପଡୁଛି । ଭଗବାନ ଦିର୍ଘ ୧୪ବର୍ଷ ପରେ ପୁଅକୁ ଦେଇଥିଲେ ଦୁହିଁଙ୍କ କୋଳରେ ଆଉ ଆଜି ୧୮ବର୍ଷର ଭେଣ୍ଡିଆ ପୁଅକୁ ଛଡାଇ ନେଇଗଲେ ଭଗବାନ ଦୁହିଁକ କୋଳରୁ । ପରିଣିତ ବୟସର ପୁଅ ସାହା ହେବ ବାପା ମା ମଲାପରେ ତାଙ୍କ ମୁହଁରେ ନିଆଁ ଦେବ ହେଲେ ବିଧିର ବିଧାନ ସବୁ ଓଲଟ ପାଲଟ କରିଦେଲା । ବାପା ଆଜି ପୁଅକୁ ମୁଖାଗ୍ନି ଦେଇଛନ୍ତି ଏ ଦୃଶ୍ୟ ଦେଖିବାପରେ ଗ୍ରାମବାସୀଙ୍କ ସହ ପରିବାର ଆଖିରେ ଲୁହ