05/June/2022
📌
BY: SRINIBASH ROUT
ଅଶାନ୍ତ ହୋଇପଡିଛି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ।ପୁଣି ଜଣେ ସରପଞ୍ଚଙ୍କୁ ହତ୍ୟା ଧମକ୍ ଦେଇଥିବା ଅଭିଯୋଗ ହୋଇଛି ଦିଗପହଣ୍ଡି ଥାନାରେ ।ଖବର ପ୍ରକାରେ ଚଳିତ ବର୍ଷର ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ହେବା ପରଠାରୁ ଗଞ୍ଜାମ ଜିଲ୍ଲର ଦିଗପହଣ୍ଡି ଅଞ୍ଚଳରେ ଖୋଲିଛି ରାଜନୈତିକ ହତ୍ୟାକାଣ୍ଡର ଏକ ନୂଆ ଅଧ୍ୟାୟ ।ରାଜନୈତିକ ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଚାରି ଜଣ ବିଜେଡ଼ି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି, ଯାହାକୁ ନେଇ ଭୟଭୀତ ଜନସାଧାରଣ । କଥା କଥାରେ କେବଳ ଖଣ୍ଡା, କାତି, ବନ୍ଧୁକରେ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ପ୍ରକାରେ ଗତ କିଛିଦିନ ତଳେ ଚଷାନିମଖଣ୍ଡି ପଞ୍ଚାୟତରେ ଦୁଇ ଜଣ ଜଣାଶୁଣା ବିଜେଡି କର୍ମୀଙ୍କୁ ପୂର୍ବ ପ୍ରସ୍ତୁତି ପ୍ରକାରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଚଳିତ ମାସ ଗତ ରବିବାର ଦିନ ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମ ପଞ୍ଚାୟତ ଅଧିନ ନବରଙ୍ଗପୁର ଗ୍ରାମରେ ଦେଖିବାକୁ ମିଳିଥିଲା ରାଜନୈତିକ ହିଂସାକାଣ୍ଡ ।ଖବର ପ୍ରକାରେ ନବରଙ୍ଗପୁର ଗ୍ରାମରେ ସ୍ଥାନୀୟ ଅଞ୍ଚଳର ବିଜେଡି ଯୁବ ସଂଗଠକ ବାବୁ ଗୌଡ଼ ଏବଂ ପ୍ରଦୀପ ସାହୁ ନାମକ ଦୁଇ ବିଜେଡ଼ି କର୍ମୀଙ୍କୁ ଗତ ରବିବାର ରାତ୍ର ୮ ଘଟିକା ସମୟରେ ଏକ ଧାରୁଆ ଛୁରୀ ସାହାର୍ଯ୍ୟରେ ଆକ୍ରମଣ ହୋଇଥିଲା ।ଯାହା ଫଳରେ ବାବୁ ଗୌଡ଼ଙ୍କୁ ମେଡ଼ିକାଲ ନେବା ସମୟରେ ମୃତ୍ୟୁ ଘଟିଥିଲା ଏବଂ ପ୍ରଦୀପ ସାହୁଙ୍କ ଗତ ଗୁରୁବାର ଦିନ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।ଏହି ଘଟଣାକୁ କେନ୍ଦ୍ର କରି ଦିଗପହଣ୍ଡି ପୋଲିସ ତୋଫାନ ଗୌଡ଼ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।କିନ୍ତୁ ଦିଗପହଣ୍ଡି ଅଞ୍ଚଳରେ ଥମୁନି ରାଜନୈତିକ ହିଂସାକାଣ୍ଡ ।
ସୂଚନା ପ୍ରକାରେ ଦିଗପହଣ୍ଡି ବ୍ଲକ୍ ଅଧିନ ଆଙ୍କୋରଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଉଶାନ୍ତ ସାହୁଙ୍କୁ ହତ୍ୟା ଧମକ୍ ମିଳିଥିବା ଘଟଣାକୁ ନେଇ ପୁଣି ଥରେ ପଞ୍ଚାୟତ ଅଶାନ୍ତ ହୋଇଛି ।ଏ ନେଇ ପୂର୍ବତନ ସରପଞ୍ଚ ଉଶାନ୍ତ ସାହୁ ଦିଗପହଣ୍ଡି ଥାନାରେ ପହଂଚି ଏକ ଲିଖିତ ଅଭିଯୋଗ କରିଥିବ ବେଳେ ଦିଗପହଣ୍ଡି ପୋଲିସ ୧୯୧/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଦିଗପହଣ୍ଡି ଥାନାଧିକାରୀ ସୂଚନା ପ୍ରଦାନ କରିଛନ୍ତି ।ଅପର ପକ୍ଷରେ ଆଙ୍କୋ ରଡ଼ା ପଞ୍ଚାୟତର ଜନସାଧାରଣ ବୃନ୍ଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ଡ଼ ସୂର୍ଯ୍ୟ ନାରାୟଣ ପାତ୍ର, ଦକ୍ଷିଣାଞ୍ଚଳ ଡିଆଇଜି, ବ୍ରହ୍ମପୁର ଏସପିଙ୍କ ଉଦ୍ଦେଶ୍ୟର ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
https://socialnewsodiaofficial.blogspot.com
0 Comments