09/June/2022
📌
BY: SRINIBASH ROUT
ବ୍ୟାଙ୍କ୍ ସାମ୍ନାରୁୁ ଦୁର୍ବୃତ୍ତ ଝାମ୍ପି ନେଲେ ୧୨ ଲକ୍ଷ ଟଙ୍କା। ଭଦ୍ରକ ଜିଲ୍ଲା ଟାଉନ୍ ଥାନା ଅପର୍ତ୍ତିବିନ୍ଧା ଷ୍ଟେଟ୍ ବ୍ୟାଙ୍କ୍ ନିକଟରୁ ଲୁଟେରା ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଝାମ୍ପି ନେଇଛନ୍ତି। ସୂଚନାନୁଯାୟୀ, ଭଦ୍ରକ ସହରର ଟାଉନ ଥାନା ଅଧିନ ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ୍ ବ୍ୟାଙ୍କ ନିକଟରୁ ଏହି ଲୁଟ୍ ହୋଇଛି ।ବାଇକରେ ଦୁଇ ଲୁଟେରା ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଛନ୍ତି ।ଆଗରପଡା ଅଞ୍ଚଳର ଶିକ୍ଷକ ଅଶୋକ କୁମାର ଖିଲାର ଜମି କିଣିବା ନିମନ୍ତେ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ ।ଟଙ୍କା ଉଠାଇ ଠିଆ ହୋଇଥିବା ବେଳେ ବାଇକରେ ଦୁଇ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇ ପଳାଇଥିଲେ ।ତେବେ ସ୍ଥାନୀୟ ଲୋକେ ପିଛା କରିବା ସତ୍ତ୍ୱେ ଲୁଟେରା ଖସି ଯାଇଥିଲେ ।ଖବର ପାଇ ଭଦ୍ରକ ଟାଉନ୍ ଥାନା ପୋଲିସ ଲୁଟେରାଙ୍କ ପିଛା କରିବା ସହ ବ୍ୟାଙ୍କକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି।
ଲୁଟ୍ ର ଶିକାର ହୋଇଥିବା ବ୍ୟକ୍ତି ଜଣକଙ୍କ ନା ଅଶୋକ କୁମାର ଖୀଲାର ହୋଇ ଥିବାବେଳେ ତାଙ୍କ ଘର ବନ୍ତ ବ୍ଲକ୍ ପୋଡାପାଟଣା ।ସେ ଆଗରପଡ ହାଇ ସ୍କୁଲରେ ଜଣେ ଶିକ୍ଷକ ।ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ୧୦ ତାରିଖ ସେ ଏକ ଜମି କିଣିଥାନ୍ତେ ।ସେଥିପାଇଁ ସେ ଭଦ୍ରକ ଶାଖା ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ପଇସା ଉଠେଇବା ପାଇଁ ଆସିଥିଲେ ।କିନ୍ତୁ ଦୁଇ ଜଣ ବ୍ୟକ୍ତି ଏକ ମଟର ସାଇକେଲ ଯୋଗେ ଆସି ତାଙ୍କ ହାତରେ ଥିବା ବ୍ୟାଗକୁ ଛଡ଼େଇ ନେଇ ଥିବା ବେକ୍ତି ଜଣଙ୍କ କହିଛନ୍ତି ।
https://socialnewsodiaofficial.blogspot.com
0 Comments