03/June/2022
📌
BY: SRINIBASH ROUT
କଟକ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ(ଇଡି)ରେ ହାଜର ହୋଇଛନ୍ତି ।ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କରେ ଶ୍ରୀ ତ୍ରିପାଠୀ ଇଡିରେ ହାଜର ହୋଇଥିବା ଜଣାଯାଇଛି ।ଆଜି ଅର୍ଥାତ୍ ଶୁକ୍ରବାର ୦୩ ତାରିଖ ହାଜର ହେବାକୁ ଇଡି ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ନୋଟିସ୍ ହୋଇଥିଲା ।ପୂର୍ବରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପ୍ରଭାତ ଏବେ ବେଆଇନ୍ ଅର୍ଥକାରବାରର ମାମଲାରେ ଇଡିରେ ପହଞ୍ଚିଛନ୍ତି ।ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ୨୦୧୪ ଅକ୍ଟୋବରରେ ତାଙ୍କୁ ସିବିଆଇ ପଚରାଉଚୁରା କରିବା ପରେ ଗିରଫ କରିଥିଲା ।ଏହା ପୂର୍ବରୁ ପ୍ରାୟ ୫ଥର ସେ ସିବିଆଇରେ ହାଜର ହୋଇଥିଲେ ।ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ବାଙ୍କି ମହୋତ୍ସବ ପାଇଁ ମୋଟା ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା ।ଏଟି ଆକାଉଣ୍ଟରୁ ପ୍ରଭାତଙ୍କ ଆକାଉଣ୍ଟକୁ ହୋଇଥିବା ଟଙ୍କା କାରବାରର ଲିଙ୍କ୍ ଖୋଜୁଛି ଇଡି ।ଟଙ୍କା କୁଆଡେ଼ ଗଲା ଓ କେଉଁଠି ଟଙ୍କା ବିନିଯୋଗ ହୋଇଛି ସେ ନେଇ ଛାନଭିନ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ସିବିଆଇ ଜେରାବେଳେ ଯାହାର ହିସାବ କିତାବ ଦେଇପାରିନଥିଲେ ପ୍ରଭାତ ।ଯେଉଁଥି ପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା ।ପରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।୨୦୧୫ ମାର୍ଚ୍ଚ ୫ ତାରିଖରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ ।
ଗିରଫ ହେବା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ ।କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଥିଲା ବିଜେଡ଼ି ।
https://socialnewsodiaofficial.blogspot.com
0 Comments