06/June/2022
📌
BY: SRINIBASH ROUT
ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠିତ ହେଲା IHEC ।ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠରେ ଲଷ୍ମୀପ୍ରିୟା ହୋଟେଲ୍ ଠାରେ ଗଞ୍ଜାମ ଜିଲ୍ଲାର ଜିଲ୍ଲା କୋଡିନେଟର ଶ୍ୟାମଘନ ଗୌଡ଼ଙ୍କ ପ୍ରଚେଷ୍ଟାରେ ଜିଲ୍ଲାର ୧୦ରୁ ଉର୍ଦ୍ଧ ବ୍ଲକରୁ ବ୍ଲକ୍ କୋଡିନେଟରଙ୍କ ସହ ମହିଳା ମିତ୍ର ମାନେ ଉପସ୍ଥିତ ହୋଇଥିଲେ ।ଏହି IHEC ର ଲକ୍ଷ୍ୟ ହେଉଛି ସମାଜରେ ଥିବା ମହିଳା ମାନଙ୍କୁ ମୁଖ୍ୟ ସ୍ରୋତ କୁ ଆଣି ଶିକ୍ଷା, ଚିକିତ୍ସା, ରୋଜଗାର, ଆତ୍ମନିର୍ଭରଶୀଳ କରାଇବା ସହ ସମାଜରେ ସୁନ୍ଦର ଭାବେ ଗଢ଼ିବା ପାଇଁ ପ୍ରତି ବ୍ଲକର ପଞ୍ଚାୟତରୁ ଗୋଟେ ଗୋଟେ ମହିଳା ମିତ୍ର ଗଠନ କରି ସମାଜର ମହିଳା ମାନଙ୍କୁ ସଚେତନ କରିବା ମୂଳ ଲକ୍ଷ୍ୟ ବୋଲି ରାଜ୍ୟସ୍ତରରୁ ଆସିଥିବା IHEC ର ସଭାପତି ଆର୍ଯ୍ୟବ୍ରତ ତ୍ରିପାଠୀ, ରାଜ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଗାପ୍ରସାଦ ତ୍ରିପାଠୀ ଉପସ୍ଥିତ ରହି ଉପସ୍ଥିତ ଥିବା କୋଡିନେଟର ଓ ମହିଳା ମିତ୍ର ମାନଙ୍କୁ ନିଜର କାର୍ଯ୍ୟ ବୁଝାଇବା ସହ ରୋଜଗାର ପନ୍ଥା ଦେଖାଇଥିଲେ ।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ପୋଲସରା, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, ବେଗୁନିଆ ପୋଡା, ଖଲିକୋଟ, ଗଂଜା, ହିଞ୍ଜିଳି, କବିସୂର୍ଯ୍ୟ ନଗର, ପୁରୁଷୋତ୍ତମପୁର, ରଙ୍ଗେଈଲୁଣ୍ଡା ପରି ବ୍ଲକ୍ ରୁ ବହୁ ମାତ୍ରାରେ ମହିଳାମିତ୍ର ମାନେ ଭାଗ ନେଇଥିଲେ।
https://socialnewsodiaofficial.blogspot.com
0 Comments