02/June/2022
📌
BY: SRINIBASH ROUT
କଟକ ଭିଜିଲାନ୍ସ ଆଉ ଜଣେ ଅସାଧୁ ସରକାରୀ ବାବୁଙ୍କୁ ଧରିଛି ।ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସ୍ଡିପିଓ ମଳୟ ନାୟକ ।ହିନ୍ଦୋଳ କାରନ୍ଦା ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥର ଖଣି ମାଲିକ ବା ଲିଜଧାରୀଙ୍କ ନିକଟରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସ୍ଡିପିଓ ମଳୟ ନାୟକ। ପଥର ପରିବହନ ବାବଦରେ ପାସ୍ କରାଇଦେବାକୁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଅଧିକ ତଦନ୍ତ ପାଇଁ କଟକ ଭିଜିଲାନ୍ସ ଟିମ୍ ମଳୟଙ୍କୁ କଟକ ନେଇ ଆସିଛନ୍ତି ।ଏସ୍ଡିପିଓ ମଳୟ ନାୟକଙ୍କ ସରକାରୀ ଗାଡିରୁ ୧ ଲକ୍ଷ ୨୦ ହଜାର ଟଙ୍କା ନଗଦ ଟଙ୍କା ସହ ତାଙ୍କ ଗାଡ଼ିକୁ ଜବତ୍ କରିଛି ଭିଜିଲାନ୍ସ ।ତେବେ ଆଗରୁ ଏସ୍ଡିପିଓ ଏପରି କେତେ ଅସାଧୁ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ସେ ନେଇ ଭିଜିଲାନ୍ସ ଟିମ୍ ତଦନ୍ତ କରୁଛି ।
https://socialnewsodiaofficial.blogspot.com
0 Comments