Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରେଳ ଷ୍ଟେସନ ନିକଟରେ ଆକ୍ରମଣ ଘଟଣାରେ ୪ ଗିରଫ; ଖବର ଅନୁସାରେ ବିଳମ୍ବିତ ରାତିରେ ପ୍ରଭାତ ପିକେ ତାଙ୍କର ଦୁଇଜଣ ସାଙ୍ଗ ରେଲୱେ ଷ୍ଟେସନକୁ ଯାଉଥିବା ସମୟରେ ୪ଜଣ ଯୁବକ ତାଙ୍କୁ ଅଟକାଇ ଏବଂ ନାମ ପଚାରିଥିଲେ ଓ ମାରିଥିଲେ ।

 


28/September/2022


📌


BY: SRINIBASH ROUT

ବଲାଙ୍ଗୀର ସହର ରେଳ ଷ୍ଟେସନ ନିକଟରେ ତିନିଜଣଙ୍କୁ ଆକ୍ରମଣ କରିଥିବା ଘଟଣାରେ ବଲାଙ୍ଗୀର ପୋଲିସ ଚାରିଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ।ସୂଚନା ଅନୁସାରେ ଗତ ତା: ୨୩.୦୯.୨୦୨୨ ରାତ୍ର ପ୍ରାୟ ୧୧.୪୫ମି ରୁ ୧୨ ଟା ମଧ୍ୟରେ ପ୍ରଭାତ ପିକେ(୨୪) ତାଙ୍କର ଦୁଇଜଣ ସାଙ୍ଗ ସାହିଲ ସାହୁ ଓ ବିଜୟ କରନ ରେଲୱେ ସ୍ଟେଶନକୁ ତାଙ୍କ ମଟରସାଇକଲ ରେ ଯାଉଥିବା ସମୟରେ ଚାରିଜଣ ଯୁବକ ତାଙ୍କୁ ଅଟକାଇ ତାଙ୍କ ନାମ ପଚାରିଥିଲେ ।ସେମାନେ ତାଙ୍କ ନାମ କହିବା ପରେ ଉକ୍ତ ଯୁବକ ମାନେ ସେମାନଙ୍କୁ ମାଡ଼ ମାରିଥିଲେ ।ଫଳରେ ସାହିଲ ସାହୁର ମୁଣ୍ଡରେ ଗଭୀର ଆଘାତ ସହିତ ବିଜୟ କରନ ର ହାତରେ ଆଘାତ ହେଲା ।ପରେ ଦୁହେଁ ପେଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀଙ୍କ ଦ୍ଵାରା ହସ୍ପିଟାଲକୁ ସ୍ତନାନ୍ତର ହେଲେ ।ପରଦିନ ତା.୨୪.୦୯.୨୦୨୨ ରିଖ ରେ ପ୍ରଭାତ ପିକେ(୨୪) ପି-ପଙ୍କଜକସନ, ନି-ସି/୬୧, ଟାର ଫେକ୍ଟରୀ ଛକ, ଉତ୍ତମ ନଗର, ନୂଆଦିଲ୍ଲୀ, ଥାନା-ଦ୍ଵରକା ସାଉଥ, ଦିଲ୍ଲୀ, ହାଲ ନିବାସୀ-ତ୍ରିପାଠୀ ହାଉସ, ସାଲେପାଳି, ସର୍କିଟ ହାଉସ ପାଖ, ଥାନା-ଟାଉନ, ଜିଲ୍ଲା-ବଲାଙ୍ଗିର ଥାନାକୁ ଆସି ଏହି ଆକ୍ରମଣ ସଂପର୍କରେ ଅଭିଯୋଗ କରିଥିଲେ ।ରିପୋର୍ଟ ଅନୁସାରେ ଉପରୋକ୍ତ କେସଟି ରେଜିଷ୍ଟ୍ରେସନ୍ କରାଯାଇ ଏସ.ଆଇ କିରଣ କୁମାର ଯାନୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା ।ତଦନ୍ତକାରୀ ପୋଲିସ ଅଧିକାରୀ ଏଥିର ତଦନ୍ତ କରି ଅଭିଯୁକ୍ତ ୧.ମୁନୁ ବୁଡେକ(୨୧) ପି-ପବିତ୍ର ବୁଡେକ ଓ ୨.ବିଷ୍ଣୁ ଓରଫ ବସୁଦେବ ମହାନ୍ତି(୧୯) ପି-ସୁବ୍ରତ ମହାନ୍ତି, ନି-ତୁଳସୀନଗର, ୩.ନାଡୁ ଓରଫ ମନୋଜ କଠାର, ନି-ତୁଳସୀନଗର, ଥାନା-ଟାଉନ, ଜିଲ୍ଲା-ବଲାଙ୍ଗୀର ଏବଂ ୪.ରୋସନ ଓରଫ ଆଦମ ପାଲ(୨୦) ପି-ଗଜିନ୍ଦ୍ର ପାଲ, ନି-କାମାକ୍ଷ୍ୟାନଗର, ଥାନା-ସଦର, ଜିଲ୍ଲା-ବଲାଙ୍ଗିର କୁ ଦଫା-୩୯୭ ଭା.ଦ.ଆ ଅନୁସାରେ ଆଜି ତା.୨୫.୦୯.୨୦୨୨ ରିଖ ସମୟ ୨.୩୦ମି ରେ ଆରେଷ୍ଟ କରି ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଛି ।




https://socialnewsodiaofficial.blogspot.com

Post a Comment

0 Comments