Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

POLICE କବଜାରେ MOBILE ଲୁଟେରା ଗ୍ୟାଙ୍ଗ ।

 


ତାରିଖ/- ୨୫-୧୦-୨୦୨୦


କେନ୍ଦୁଝର/ଆନନ୍ଦପୁର 📍  

Editor by/- Srinibash Rout

ଘଷିପୁରା ଥାନା ପୋଲିସକୁ  ମିଳିଛି ବଡ ସଫଳତା।  ମୋବାଇଲ୍ ଲୁଟେରା ଗ୍ୟାଙ୍ଗର ୨ ସଦସ୍ଯ ଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୪୦ ଟି ଲୁଟ୍ ମୋବାଇଲ୍ ଫୋନ୍ ଜବତ କରିଛି।  ଲୁଟେରା ମାନେ ବ୍ଯବହାର କରୁଥିବା ପଲସର ବାଇକ୍ ସମେତ ଲଙ୍କା ଗୁଣ୍ଡ ମଧ୍ଯ ଜବତ ହୋଇଛି । ଲୁଟେରା ମାନେ ଯାଜପୁର ଜିଲ୍ଲା କୋରେଇ ଥାନ ପୂର୍ବକୋଟ ଗାଁ ର ତାରିଣି ଦାସ ଓ ରାଜ କୁମାର ଦାସ ବୋଲି ଜଣା ପଡିଛି  । କେନ୍ଦୁଝର , ଯାଜପୁର ,ମୟୁର ଭଞ୍ଜ , ଭଦ୍ରକ ଭଳି ଆଖପାଖ ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟରେ ଲୋକଙ୍କୁ ଟାର୍ଗେଟ୍ କରି କୌଶଳ କ୍ରମେ  ଲୋକଙ୍କଠାରୁ ମୋବାଇଲ୍ ଲୁଟ କରିଥାନ୍ତି ।


ଗତ କାଲି ସନ୍ଧ୍ଯାରେ ଘସିପୁରା ଥାନା ଶୈଲଙ୍ଗ ଗ୍ରାମର ଜଣେ ଯୁବକଙ୍କ ଠାରୁ  ମୋବାଇଲ୍ ଲୁଟିଥିଲେ ଏମାନେ । ଲୁଟର ଶିକାର ହୋଇଥିବା ଯୁବକ ଥାନାରେ ଅଭିଯୋଗ କରିବାପରେ ପୋଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ପୂର୍ବ ରେକର୍ଡକୁ ଆଧାର କରି ସଂପୃକ୍ତ ୨ ଲୁଟେରାଙ୍କୁ ସନ୍ଦେହ କରିଥିଲା ପୋଲିସ୍ । ପରେ ପୋଲିସର ପେଟ୍ରୋଲିଂ ସମୟରେ NH- ୨୦ରେ ଏକ ପଲସର ବାଇକରେ ଲୁଟେରା ମାନେ ଯାଉଥିବା ସମୟରେ ପୋଲିସ୍ ପିଛାକରି ସେମାନଙ୍କୁ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରୁ କାବୁ କରିଥିଲା । ଏହି ୨ ଲୁଟେରାଙ୍କ ନିକଟରୁ ଅନେକ ନୂଆ ଫୋନ ମିଳିଥିବାରୁ କୌଣସି ସେମାନେ ମୋବାଇଲ ଦୋକାନ ଲୁଟକରିଥିବା ସନ୍ଦେହ କରୁଛି ପୋଲିସ।


www.socialnewsodia.info

Post a Comment

0 Comments