Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନ୍ୟାୟ ପାଇଁ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ; କାବୁକଲା POLICE 🚨

 



24/11/2020


Editor by/- Srinibash Rout

ବିଧାନସଭା ଫାଟକ ସମ୍ମୁଖରେ ମଙ୍ଗଳବାର (24/11/2020) ଏକ ଅଭାବନୀୟ ଘଟଣା ଘଟିଛି। ଏକ ଦମ୍ପତ୍ତି କିରାସିନି ଢାଳିହୋଇ ଆତ୍ମହତ୍ୟା ଉଦ୍ୟମ କରୁଥଲେ। ଦେହରେ କିରାସିନି ଢାଳି ହେବାବେଳେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ କାବୁକଲା police


ସୂଚନା ଅନୁସାରେ;

ବିଧାନସଭାର ଶୀତକାଳୀନ ଅଧିବେଶନର ମଙ୍ଗଳବାର ୫ମ ଦିନ। ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିବାବେଳେ ଫାଟକ ସମ୍ମୁଖରେ ନୟାଗଡ଼ର ଦମ୍ପତ୍ତି ଦେହରେ କିରୋସିନି ଢାଳି ହୋଇ ଆତ୍ମାହୁତୀ ଉଦ୍ୟମ କରିଛନ୍ତି। 


ଦମ୍ପତ୍ତିଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅର ଗଳିତ ଶବ ଉଦ୍ଧାର ହୋଇଥିଲା। ତାଙ୍କ ଝିଅକୁ କେହି ଦୁଷ୍କର୍ମ କରି ମାରି ଦେଇଥିବା ଦମ୍ପତ୍ତି ଅଭିଯୋଗ କରିଥିଲେ।


ଥାନାରେ ଏ ନେଇ ଅଭିଯୋଗ ମଧ୍ୟ କରିଥିଲେ। ବାରମ୍ବାର ଥାନାର ଦ୍ବାରସ୍ଥ ହେଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଅନେକ ନେତା, ମନ୍ତ୍ରୀ, ବିଧାୟକଙ୍କ ଦ୍ବାରସ୍ଥ ହୋଇଥିବା ମଧ୍ୟ ଦମ୍ପତ୍ତି ପ୍ରକାଶ କରିଛନ୍ତି। ଶେଷରେ ସମସ୍ତଙ୍କଠାରୁ ନିରାଶ ହେବା ପରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି।


WWW.SOCIALNEWSODIA.INFO

Post a Comment

0 Comments