Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

 


23/12/2020


ୱାଶିଂଟନ📍


Editor by/- Srinibash Rout

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ ବିଶ୍ଵ ଶକ୍ତି ଭାବେ ଉଭା ହେବା ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି।


ସମ୍ମାନ ପ୍ରଦାନ ନେଇ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ସି ଓବ୍ରାଏନ ସୂଚନା ଦେଇଛନ୍ତି। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସନ୍ଧୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଟ୍ରମ୍ପ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏବଂ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଲେଜିଅନ୍ ଅଫ୍ ମେରିଟ୍ ପ୍ରଦାନ କରିଥିଲେ।


ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଆମେରିକୀୟ ସମ୍ମାନ ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଏହି ପଦକ ହେଉଛି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ନେତୃତ୍ୱ, ବିଶ୍ଵ ଶକ୍ତି ଭାବରେ ଭାରତର ଅଗ୍ରଗତି ଏବଂ ଏହା ମାଧ୍ୟମରେ ଭାରତ-ଆମେରିକାର ରଣନୀତିକ ଭାଗିଦାରୀ ବୃଦ୍ଧି ଏବଂ ବିଶ୍ୱ ଶାନ୍ତି ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ।


WWW.SOCIALNEWSODIA.INFO

Post a Comment

0 Comments