26/08/2021
📌
NEWS EDITOR/- Srinibash Rout
ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି ।ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଟ୍ରାନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠିରେ ଲେଖାଯାଇଛି। ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ।୩ ମାସ ଯାଏଁ ଅସ୍ଥାୟୀ ଭାବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ପ୍ରଥମ ଥର ଉଲ୍ଲଂଘନ ହେଲେ ମଧ୍ୟ ୩ ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ।ଆସନ୍ତୁ ଜାଣିବା ସେ ସବୁ କ'ଣ ?
_ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ
_ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ
_ମଦ ପିଇ ଗାଡି ଚଳାଇଲେ
_ ଧାର୍ଯ୍ୟ ନିୟମଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ
_ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ
_ଅଧିକ ମାଲ୍ ପରିବହନ କଲେ
_ଟ୍ରାଫିକ ପଏଣ୍ଟରେ ରେଡ ସିଗନାଲ ଭାଙ୍ଗିଲେ
_ଭୁଲ୍ ଦିଗରୁ ଗାଡି ଚଳାଇଲେ
ପ୍ରଥମ ଉଲ୍ଲଙ୍ଘନ ହେଲେ ବି ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ ।R.T.K ମାନଙ୍କୁ ଚିଠି ଲେଖି ପରିବହନ କମିଶନର କହିଛନ୍ତି ସୁପ୍ରିମକୋର୍ଟ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ


0 Comments