29/12/2020


ଲଣ୍ଡନ📍


Editor by/- Srinibash Rout

ଇଂଲଣ୍ଡରେ ପ୍ରଥମେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ରୂପ ଏବେ ଅନ୍ୟ ୧୧ଟି ଦେଶକୁ ବ୍ୟାପିସାରିଲାଣି। ସଂକ୍ରମଣ ରୋକିବାକୁ ସମସ୍ତ ଉଦ୍ୟମ ସତ୍ତ୍ୱେ ଏହା କାୟା ମେଲାଇ ଚାଲିଛି। ବିମାନ ଚଳାଚଳ ଓ ଯାତାୟାତ ବନ୍ଦ ସତ୍ତ୍ୱେ କୋଭିଡ୍‌ର ନୂଆ ଷ୍ଟ୍ରେନ୍‌ ଏବେ ଫ୍ରାନ୍ସ, ଡେନ୍‌ମାର୍କ, ସ୍ପେନ୍‌, ସ୍ବିଡେନ, ନେଦରଲାଣ୍ଡ୍ସ, ଜର୍ମାନୀ ଓ ଇଟାଲୀରେ ଚିହ୍ନଟ ହୋଇଛି। ସେହିପରି କାନାଡା, ଜାପାନ, ଅଷ୍ଟ୍ରେଲିଆ ଓ ଲେବାନନରେ ମଧ୍ୟ ଭୂତାଣୁର ନୂଆ ରୂପ ଦେଖିବାକୁ ମିଳିଛି। 


ଟିକାକରଣ ଯୋଗୁ ମହାମାରୀରୁ ମୁକ୍ତି ପାଇବା ଲାଗି ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଥିବାବେଳେ ନୂଆ ଷ୍ଟ୍ରେନ୍‌ ପୁଣି ସେମାନଙ୍କ ଚିନ୍ତା ବଢ଼ାଇଦେଇଛି। ତେବେ ବ୍ରିଟେନରେ ଦେଖାଦେଇଥିବା ଭାରିଆଣ୍ଟ ଅଧିକ ମାରାତ୍ମକ କିମ୍ବା ଟିକା ପ୍ରତିରୋଧି ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।କାନାଡାରେ ଟ୍ରାଭେଲ୍‌ ହିଷ୍ଟ୍ରି ନ ଥାଇ ଏକ ଦମ୍ପତିଙ୍କଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚତ୍ଥିବା ଆଶଙ୍କା କରାଯାଉଛି। ଜାପାନରେ ୫ ଜଣଙ୍କଠାରେ ଭୂତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ବିଦେଶୀଙ୍କ ଆଗମନ ଉପରେ କଟକଣା ଲଗାଯାଇଛି। ୟୁରୋପ ସମେତ ଅନ୍ୟ ମହାଦେଶର ଦେଶଗୁଡ଼ିକ ଗତ ସପ୍ତାହଠାରୁ ବ୍ରିଟେନ୍‌କୁ ବିମାନ ଚଳାଚଳ ବନ୍ଦ କରିଛନ୍ତି।


WWW.SOCIALNEWSODIA.INFO