Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଯୁଦ୍ଧ ଯାହାଜ ‘ଆଇଏନଏସ୍ ଜଲସ୍ଵା ’ରେ ସମୁଦ୍ର ବୁଲିବେ ୧୪୫ ବିଧାୟକ । ନୌସେନା ପକ୍ଷରୁ ଚାଲିଛି ଆୟୋଜନ, ଆସନ୍ତା ମଙ୍ଗଳବାର ପାରାଦ୍ଵୀପ ବନ୍ଦର ଠାରେ ଏକାଠି ହେବେ ସମସ୍ତେ ।

 






21/12/2020


ପାରାଦୀପ📍


Editor by/- Srinibash Rout

ଆସନ୍ତା ମଙ୍ଗଳବାର ( ୨୨/୧୨/୨୦୨୦) ପାରାଦ୍ଵୀପ ଆସିବେ ରାଜ୍ୟର ୧୪୫ ବିଧାୟକ । ଭାରତୀୟ ନୌସେନା ପକ୍ଷରୁ ଏହି ବିଧାୟକମାନଙ୍କୁ ଆଇଏନ୍‌ଏସ୍‌ ଜଳସ୍ବାରେ ସମୁଦ୍ର ଭିତରକୁ ନିଆଯାଇ ବୁଲାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବର୍ଷ ନୌସେନା ପକ୍ଷରୁ ଏମିତି କାର୍ଯ୍ୟକ୍ରମ କରାଯାଇଥାଏ । ଚଳିତ ବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି ।


ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମଙ୍ଗଳବାର ୨୨ ତାରିଖରେ ବନ୍ଦର ଗେଟ୍‌-୫ରେ ବିଧାୟକମାନେ ଜାହାଜରେ ଚଢିବେ । ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା ପ୍ରଥମ ଘଟଣା । ଏଣୁ ଏହି କାର୍ଯ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏ ନେଇ ନୌସେନା ବିଭାଗ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ପ୍ରାଥମିକ ସ୍ତରରେ କେବଳ ସୂଚନା ଦିଆଯାଇଛି । ସୋମବାର ସବୁ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି ।


WWW.SOCIALNEWSODIA.INFO

Post a Comment

0 Comments