Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନେତା/ଅଫିସର୍/ସରପଞ୍ଚ ସଂପତ୍ତି ତାଲିକା ପ୍ରତିବର୍ଷ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବେ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା ।



22/12/2020


Editor by/- Srinibash Rout

ସୋମବାର ( ୨୧/ ୧୨/୨୦୨୦ ) ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ନେତା ଓ ଅଫିସରମାନେ ସଂପତ୍ତି ତାଲିକା ଦେବା ବାଧ୍ୟତାମୂଳକ ହେବ ବୋଲି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ।


ସରପଂଚଙ୍କଠାରୁ ମନ୍ତ୍ରୀ ଯାଁଏ ଓ ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଯାଏଁ ସମସ୍ତ ପ୍ରତିବର୍ଷ ଲୋକାୟୁକ୍ତଙ୍କ ନିକଟରେ ସଂପତ୍ତି ତାଲିକା ଦାଖଲ କରିବେ ବୋଲି ଗୁରୁୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ନବୀନ ।


ଦୁର୍ନୀତି ବିରୋଧରେ ଲଢେଇ ସାଲିସବିହୀନ ହେବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ଆଗକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି । ବର୍ଷକ ମଧ୍ୟରେ ୯୧ ଜଣଙ୍କ ଚାକିରୀ ତାଙ୍କ ସରକାର ବନ୍ଦ କରିଛନ୍ତି ବୋଲି ନବୀନ କହିଛନ୍ତି । ଏଥିପାଇଁ ସାରା ଦେଶରେ ପ୍ରଶଂସା ମିଳିଛି ।


WWW.SOCIALNEWSODIA.INFO

Post a Comment

0 Comments