25/12/2020
Editor by/- Srinibash Rout
ପରୀ ମୃତ୍ୟୁକୁ ନେଇ ବିବାଦରେ ଥିବା ନୟାଗଡ଼ ଏସପିଙ୍କ ସମେତ ରାଜ୍ୟର ୧୩ ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଛି । ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାର୍ଟର ଓ କେନ୍ଦ୍ରାପଡା ଏସପି ନୀତି ଶେଖରଙ୍କୁ ଅତିରିକ୍ତ ପରିବହନ କମିଶନର ଭାବେ ବଦଳି କରାଯାଇଛି ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,
ମୋଟ ୨୧ଜଣ ଆଇପିଏସ୍ ଓ ଜଣେ ବରିଷ୍ଠ ଓପିଏସଙ୍କୁ ବଦଳି କରାଯାଇଛି । ବି. ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି, ଚରଣ ସିଂ ମୀନାଙ୍କୁ ଭଦ୍ରକ ଏସ୍ପି, କେ.ଶିବା ସୁବ୍ରମଣୀଙ୍କୁ ଢେଙ୍କାନାଳ ଏସପି, ରାହୁଲ ପିଆରଙ୍କୁ ଯାଜପୁର ଏସପି, ମାଦକର ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡା ଏସପି, ମୁକେଶ କୁମାର ଭାମୋଙ୍କୁ ରାଉରକେଲା ଏସପି, ଶ୍ରବଣା ବିବେକ ଏମଙ୍କୁ କଳାହାଣ୍ଡି ଏସପି, କୁସାଲକର ନୀତିନ ଦାଗୁଡୁଙ୍କୁ ବଲାଙ୍ଗିର ଏସପି, ବିକେକାନନ୍ଦ ଶର୍ମାଙ୍କୁ ରାୟଗଡା ଏସପି ଭାବେ ବଦଳି କରାଯାଇଛି ।ସେହିପରି ୨୦୧୬ ବ୍ୟାଚର ବରୁଣ ଗୁନଟୁପଲ୍ଲିଙ୍କୁ ପଦୋନ୍ନତି ପରେ କୋରାପୁଟ ଏସପି ଓ ସିଦ୍ଧାର୍ଥ କାଟାରିଆଙ୍କୁ ପଦୋନ୍ନତି ପରେ ନୟାଗଡ ଏସପି ଓ ପ୍ରହଲ୍ଲାଦ ସହାଇ ମୀନାଙ୍କୁ ପଦୋନ୍ନତି ପରେ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି ।
କେନ୍ଦ୍ରୀୟ ଡେପୁଟେସନରୁ ଫେରିିଥିବା ସତ୍ୟଜିତ୍ ନାୟକଙ୍କୁ ଏସପି(କମ୍ପ୍ୟୁଟର), ପୁରୀ ହାଜତ ମୃତ୍ୟୁରେ ବିବାଦୀୟ ଅଖିଳେଶ୍ୱର ସିଂଙ୍କୁ ଏସଓଜି କମାଣ୍ଡାଂଟ ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ବରିଷ୍ଠ ଓପିଏସ୍ ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡା ଇନଚାର୍ଜ ଏସପି ଭାବେ ବଦଳି କରାଯାଇଥିବା ଜଣାପଡିଛି ।୨୦୦୨ ବ୍ୟାଚ୍ ଆଇପିଏସ ନରସିଂହ ଭୋଇଙ୍କୁ ସମ୍ବଲପୁର ରେଞ୍ଜ ଆଇଜି ଭାବେ ବଦଳି କରାଯାଇଥିବା ବେଳେ ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତମରାଓଙ୍କୁ କୋରାପୁଟ ରେଞ୍ଜ ଡିଆଇଜି(ଇନଚାର୍ଜ), ସଫିନ୍ ଅହମ୍ମଦଙ୍କୁ ଡିଆଇଜି-ଟେକନିକାଲ, ସାର୍ଥକ ଷଡଙ୍ଗୀଙ୍କୁ ଅନୁଗୁଳ ରେଞ୍ଜ ଡିଆଇଜି(ଇନଚାର୍ଜ), ଅଶ୍ୱିନୀ କୁମାରଙ୍କୁ ସ୍ପେଶାଲ ଆର୍ମଡ ଫୋର୍ସ ଡିଆଇଜି(ଇନଚାର୍ଜ) ଭାବେ ବଦଳି କରାଯାଇଛି ।
WWW.SOCIALNEWSODIA.INFO
0 Comments