Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାରୁ ହଟିଲେ ଓ୍ବାଙ୍ଖଡେ; ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଟିମ୍‌ର ନେତୃତ୍ୱରୁ ସମୀର ଓ୍ବାଙ୍ଖଡେ ହଟିଲେ ମୁମ୍ବାଇର ଜୋନାଲ ଅଫିସରୁ ଦିଲ୍ଲୀ ସ୍ଥିତି ଏନସିବି ମୁଖ୍ୟାଳୟକୁ ହେଲେ ବଦଳି ସମୀର ଓ୍ବାଙ୍ଖଡେ ।

 



06-NOVEMBER-2021


📌


NEWS EDITOR: Srinibash Rout

ଆର୍ଯ୍ୟନ ଖାନ ଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଥିବା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ହଟିଲେ। ସମୀର ଓ୍ବାଙ୍ଖଡେଙ୍କ ନାଁରେ ୮ କୋଟି ଟଙ୍କାର ଲାଞ୍ଚ କାରବାରର ଅଭିଯୋଗ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ ତାଙ୍କୁ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଦାୟିତ୍ୱ ରୁ ବିଦା କରାଯାଇଛି। ସେହିପରି ସମୀର ଓ୍ବାଙ୍ଖଡେଙ୍କ ମୁମ୍ବାଇର ଜୋନାଲ ଅଫିସରୁ ଦିଲ୍ଲୀ ସ୍ଥିତି ଏନସିବି ମୁଖ୍ୟାଳୟକୁ ବଦଳି କରାଯାଇଛି। ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ସମୀର ୱାଙ୍ଖଡେ ହିଁ ଆର୍ଯ୍ୟନଙ୍କୁ ଗିରଫ କରିଥିଲେ।


ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ଓ ଏନ୍‌ସିବିର ସ୍ବାଧୀନ ସାକ୍ଷୀ ପ୍ରଭାକର ସୈଲ ଅଭିଯୋଗ କରିବା ପରେ ଓ୍ବାଙ୍ଖଡେଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠିଥିଲା। ପ୍ରବଳ ସମାଲୋଚନା ପରେ ଆଣ୍ଟି ଡ୍ରଗ୍ସ ଏଜେନ୍ସି ବରିଷ୍ଠ ଅଧିକାରୀଙ୍କ ପ୍ରତି ଖୋଲା ଖୋଲି ସମର୍ଥନ ଜାହିର କରିଥିଲା। 


ଏବେ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଏସ୍‌ଆଇଟି କରିବ। ବରିଷ୍ଠ ପୋଲିସ ଅଧିକାରୀ ସଞ୍ଜୟ ସିଂହ ଏହାର ମୁଖ୍ୟ ରହିଛନ୍ତି। କେବଳ ଆର୍ଯ୍ୟନଙ୍କ ମାମଲା ନୁହେଁ ସମୀର ୱାଙ୍ଖଡେ ତଦନ୍ତ କରୁଥିବା ଆଉ ୪ଟି କେସ୍‌ର ଦାୟିତ୍ୱ ମଧ୍ୟ ସଞ୍ଜୟ ସିଂହଙ୍କ ଟିମକୁ ମିଳିଛି। ତେବେ ଆର୍ଯ୍ୟନ ଖାନ ବର୍ତ୍ତମାନ ଜାମିନରେ ଅଛନ୍ତି। 











https://socialnewsodiaofficial.blogspot.com

Post a Comment

0 Comments