୨୩.୧୦.୨୦୨୨


କେନ୍ଦ୍ରାପଡା ଜିଲ୍ଲା ଅର୍ଗସ ଚ୍ୟାନେଲର ପ୍ରତିନିଧି  ପ୍ରଭାତ ଲେଙ୍କାକୁ ଗତ ୨୦ ତାରିଖ ଦିନ ଆଳିର ଏକ ସ୍ଥାନରେ  ଦୁର୍ବୁତ ମାନେ ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି  ବ୍ଲକ ସାମ୍ବାଦିକ ସଂଘର ସାମ୍ବାଦିକମାନେ  ରାଜନଗର ଥାନାର IIC ଙ୍କ ଜରିଆରେ କେନ୍ଦ୍ରାପଡା SP  ,ମୁଖ୍ୟମନ୍ତ୍ରୀ,  ରାଜ୍ୟ ସାମ୍ବାଦିକ ସଂଘକୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।  ଜଣେ କାର୍ଯ୍ୟରତ ସାମ୍ଵାଦିକଙ୍କୁ ଏଭଳି ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ ପୋଲିସ ତରଫରୁ  ତୁରନ୍ତ ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଏହି ଦାବିପତ୍ରରେ ଉପସ୍ଥାପନା କରାଯାଇଛି ।  ଏଥିରେ ବ୍ଲକ ସାମ୍ବାଦିକ ସଂଘ ରାଜନଗରର ସଭାପତି ସୁକାନ୍ତ କୁମାର ବେହେରା ସମ୍ଫାଦକ ଅଜୟ କୁମାର ପାତ୍ର କୋଷାଧ୍ୟକ୍ଷ ନୟନାନନ୍ଦ ବେଉରା  ମାଧବାନନ୍ଦ ସ୍ଵାଇଁ ,  ପର୍ଶୁରାମ ସ୍ଵାଇଁ ,ରମାକାନ୍ତ ସ୍ବାଇଁ , ନିଶିକାନ୍ତ ବଳ , ପ୍ରମୋଦ ଜେନା  ,ଅଜୟ ନାୟକ ପ୍ରମୁଖ ଯୋଗଦେଇ ରାଜନଗର ଥାନାର IIC ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।