29-OCTOBER-2021
📌
NEWS EDITOR: Srinibash Rout
ଭାରତ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ମହମ୍ମଦ ଅରମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଜଗତପୁର ପୋଲିସ ।ଏଥି ସହ ପୋଲିସ ତା ନିକଟରୁ ଏକ ମୋବାଇଲ୍ ଜବତ କରିଛି ।ପୋଲିସର ସୂଚନା ମୁତାବକ ୨୪ ତାରିଖରେ ଅନୁଷ୍ଠିତ ଟି ୨୦ କ୍ରିକେଟ ମ୍ୟାଚ୍ରେ ଭାରତ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା।
ଏହାକୁ ନେଇ ଅରମାନ ପାକିସ୍ତାନ ସପକ୍ଷରେ ଓ ଭାରତ ବିରୋଧରେ ଅପମାନଜନକ ଏକ ଅଡିଓ ବାର୍ତ୍ତା ନିଜର ମୋବାଇଲ୍ ରୁ ସୋସିଆଲ ମିଡ଼ିଆ ହାଟ୍ସଆପ୍ ଗ୍ରୁପରେ ପୋଷ୍ଟ କରିଥିଲା ।ଯେଉଁଥିରେ ଦେଶ ବିରୋଧୀ ମନ୍ତବ୍ୟ ସହ ସେ ପାକିସ୍ତାନ କୁ ଭଲ ପାଏ ବୋଲି କହିଥିଲା ।ଯୁବକଙ୍କ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର କୌଣସି ସୂତ୍ରରୁ ଖବର ପାଇ ଏହାର ସତ୍ୟତା ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ସାତବାଟିଆ ଗ୍ରାମରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିିତି ଓ ବିଭିନ୍ନ ବ୍ୟକ୍ତିଙ୍କ ବୟାନ ନେବା ପରେ ଘଟଣାର ସତ୍ୟତା ଥିବା ସେ ଜାଣିବାକୁ ପାଇଥିଲେ।
ଏହି ଘଟଣାରେ ଜଗତପୁର ପୋଲିସ ଏକ ମାମଲା ରୁଜୁ କରି ସିଆରପିସି ୧୬୧ରେ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।ଏନେଇ ଜଗତପୁର ଥାନାରେ କେସ୍ ନମ୍ବର ୪୫୩/୨୧ ରେ ଆଇପିସି ଧାରା ୧୫୩(ଖ), ୨୯୪, ୫୦୪, ୫୦୫(୨), ୫୦୬, ଆରଟିଆଇ ଆରଡବ୍ଲୁ ୬୭ରେ ମାମଲା କରିବା ସହ ଅଭିଯୁକ୍ତକୁ ଗତକାଲି ଅର୍ଥାତ୍ ଗୁରୁବାର ୨୮ ତାରିଖ କୋର୍ଟ ଚାଲାଣ କରିଥିବା ଜଗତପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ଭାରତ-ପାକିସ୍ତାନ ମ୍ୟାଚ ପରେ ଦେଇଥିଲେ ଦେଶ ବିରୋଧୀ ମନ୍ତବ୍ୟ ....ବିବାଦୀୟ ମନ୍ତବ୍ୟର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହା ପରେ ବନ୍ଧା ହେଲେ ଗଲେ ବିଚାର ବିଭାଗୀୟ ହାଜତକୁ.... ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ !
https://socialnewsodiaofficial.blogspot.com

0 Comments