18-10-2022

Editor- MADHABANANDA SWAIN


ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ବାତ୍ୟାର ସମ୍ଭାବନା !!!



ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି | ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ 


ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି | ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ସୃଷ୍ଟୋ ହୋଇଛି  । କେନ୍ଦ୍ରୀୟ ପାଣିପାଗ ତରଫରୁ ସୂଚନା ମିଳିଛି  ଆଉ ଦୁଇ ଦିନ ଭିତରେ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ବାତ୍ୟାର ରୂପ ନେବ 


୧୯୯୯ ମସିହା ଅକ୍ଟୋବର ୨୫ ତାରିଖରେ ହୋଇଥିଲା ମହାବାତ୍ୟା ଯାହା ନଭେମ୍ବର ୩ତାରିଖ ପର୍ଯ୍ୟନ୍ତ ଲାଗି ରହିଥିଲା ଯେଉଁଥିରେ  ହଜାର ହଜାର ଲୋକେ ମୃତ୍ୟୁବରଣ କରିଥିଲେ ।  ଯାହାର ଭୟ ଲୋକଙ୍କ ମନ ଭିତରେ ଏପର୍ଯ୍ୟନ୍ତ ଲିଭନଥିଲା ବେଳେ ପୁଣି ଥରେ ଅକ୍ଟୋବର ମାସର ସେହି ଦିନ ଭିତରେ  ବାତ୍ୟା ଆସୁଥିବାରୁ ଲୋକେ ଅଧିକ ଭୟଭିତ ହୋଇ ପଡିଛନ୍ତି ।  ଏନେଇ ରାଜ୍ୟ ସରକାର ଆଜି ଅପରାହ୍ନ ୪ଟାରେ ବାତ୍ୟାକୁ ନେଇ ପ୍ରସ୍ତୁତି ବୈଠକ  ଡାକିଛନ୍ତି  SRC  ଏଥିରେ ବହୁ ବରିଷ୍ଠ ଅଧିକାରୀଙ୍କ ସହ  ଉଚ୍ଚସ୍ତରୀୟ ବୈଠକ କରାଜିବା ବୋଲି ସୂଚନା ମିଳିଛି ।