Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ସସ୍ମିତା ମେଣ୍ଢା ପାଳି ରୋଗିଣା ବାପାଙ୍କ ସାହାରା ପାଲଟିଛନ୍ତି ଏପଟେ  ବିଜୁ ପକା ଘର, ଇନ୍ଦିରା ଆବାସ ଘର ଏମିତି ବହୁ ଯୋଜନା ରହିଛି। ମାତ୍ର ସସ୍ମିତାଙ୍କ ପାଇଁ କିଛି ନାହିଁ।  04/01/2021  ବାଲିପାଟଣା📍  Editor by/- Srinibash Rout ଏବେ ବି ଆମ ସମାଜରେ ପୁଅ ପାଇଁ ମା’ବାପା କେତେ ଦିଅଁ ଦେବତା ପୂଜା କରୁଛନ୍ତି। ଝିଅଟିଏ ବୋଝ ବୋଲି ଏବେ ବି ବହୁ ଲୋକଙ୍କ ମୁଣ୍ଡରେ ବସା ବାନ୍ଧି ରହିଛି। ଅବଶ୍ୟ ଏହି ଚିନ୍ତାଧାରାରେ କିଛିଟା ପରିବର୍ତ୍ତନ ହୋଇଛି। ମାତ୍ର ସସ୍ମିତାର କାହାଣୀ ନିଆରା। ଅଭାବୀ ସଂସାର ସାଙ୍ଗକୁ ତା’ କାନ୍ଧରେ ରୋଗିଣା ବୃଦ୍ଧ ବାପା। ତଥାପି ହାରି ଯାଇନି ସସ୍ମିତା। ଭଙ୍ଗା ଦଦରା ଘରେ ବାପାଙ୍କ ଯତ୍ନ ନେଉଛି ଓ ତା’ ଭିତରେ ପାଠ ପଢ଼ୁଛି। ଡିଗ୍ରି କଲେଜରେ ପଢ଼ୁଥିବା ସତ୍ତ୍ବେ ବାପାଙ୍କ ଚିକିତ୍ସା, ପରିବାର ଖର୍ଚ୍ଚ ଓ ନିଜ ପଢ଼ା ତୁଲାଇବାକୁ ସେ ମେଣ୍ଢା ଚରାଉଛି। କୌଣସି ଉପନ୍ୟାସ ବା ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିଲେ ବି ନିଛକ ସତ୍ୟ ଏହି କରୁଣ କାହାଣୀ ଏବେ ବାଲିପାଟଣା‌ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  ବାଲିପାଟଣା ବ୍ଲକ ରାଜସ ପଞ୍ଚାୟତ ବଡ଼ ପାଳସାହି ଗାଁରେ ରହୁଛନ୍ତି ଧନେଶ୍ୱର ପାଳ(୭୫)। ୨୦୧୨ ମସିହାରେ ପତ୍ନୀ ପୂର୍ଣ୍ଣିମାଙ୍କ ପରଲୋକ ଘଟିଛି। ଏବେ ଧନେଶ୍ୱରଙ୍କ ପରିବାର କହିଲେ ସେ ଓ ତାଙ୍କ ଝିଅ ସସ୍ମିତା(୨୨)। ଥାଇରଏଡ୍‌, ମଧୁମେହ, ଉଚ୍ଚ ରକ୍ତଚାପ, ଜଣ୍ଡିସ୍‌ ଭଳି ନାନା ରୋଗରେ ପୀଡ଼ିତ ଧନେଶ୍ୱର ଏବେ କାମ କରିବାକୁ ଅକ୍ଷମ। ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ସେ ଶଯ୍ୟାଶାୟୀ। ଫଳରେ ୮ମ ଶ୍ରେଣୀ ସମୟରୁ ସସ୍ମିତା ନିଜ କାନ୍ଧକୁ ନେଇଛନ୍ତି ସଂସାରର ବୋଝ। ନିଜେ ପାଳିଥିବା କିଛି ମେଣ୍ଢା ହେଉଛନ୍ତି ତାଙ୍କ ମୁଖ୍ୟ ରୋଜଗାର। ମେଣ୍ଢା ଚରାଇବାକୁ ପଡ଼ୁଥିଲେ ବି ସେ ପାଠପଢ଼ା ଛାଡ଼ିନାହାନ୍ତି। ଏବେ ସେ ଖେଲାର ଜ୍ଞାନଦେବୀ ଡିଗ୍ରି ମହାବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷର ଛାତ୍ରୀ। ରୋଗିଣା ବାପାଙ୍କ ସେବା, ରୋଷେଇ, ମେଣ୍ଢା ଚରାଇବା ସହ କଲେଜ ଯାଇ ପଢ଼ୁଛନ୍ତି ସସ୍ମିତା। ରାସନ କାର୍ଡରୁ ମିଳୁଥିବା ଚାଉଳ ଏବଂ ବାପାଙ୍କୁ ମିଳୁଥିବା ୫ ଶହ ଟଙ୍କାର ଭତ୍ତା ତାଙ୍କ ଅଭାବୀ ସଂସାରକୁ କିଛିଟା ସାହାଯ୍ୟ କରେ। ତା ସାଙ୍ଗକୁ ମେଣ୍ଢା ବିକ୍ରିରୁ ମିଳୁଥିବା ଟଙ୍କାରେ ବାପାଙ୍କ ଔଷଧ ଓ ପାଠପଢ଼ା ଖର୍ଚ୍ଚ ମେଣ୍ଟିଯାଏ।  ଏବେ ସବୁରି ମୁହଁରେ ସସ୍ମିତା ଏକ ସୁନା ଝିଅ। କିନ୍ତୁ ଏହି ଶୁଖିଲା ପ୍ରଶଂସା ତାଙ୍କ ପାଇଁ ଅର୍ଥହୀନ। ବାତ୍ୟା ଫନିରେ ଘର ସମ୍ପୂର୍ଣ ଭାଙ୍ଗିଗଲା। କିଛି ଦିନ ବାପା ଓ ମେଣ୍ଢାପଲଙ୍କୁ ଧରି ସେ ଗାଁ ସ୍କୁଲ୍‌ ଘରେ ମୁଣ୍ଡ ଗୁଞ୍ଜିଲେ। କ୍ଷତିପୂରଣ ବାବଦରେ ମିଳିଲା ମାତ୍ର ୩ ହଜାର ଟଙ୍କା। ସେଥିରେ ଜରିପାଲ କିଣି ସେ ନିଜ ଘରକୁ ଘୋଡ଼ାଇ ଦେବା ପରେ ସ୍କୁଲ ଘରୁ ଫେରିଆସିଲେ। ବହୁ ବଡ଼ବଡ଼ିଆ ସମ୍ପୂର୍ଣ୍ଣ ଘର ଭଙ୍ଗା ବାବଦ କ୍ଷତିପୂରଣ ପାଇଲେ। ମାତ୍ର ସସ୍ମିତାଙ୍କ କଥା କାହା କାନରେ ପଡ଼ିଲା ନାହିଁ। ସେ ପଞ୍ଚାୟତ, ବ୍ଲକ୍‌, ତହସିଲ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁହାରି କଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ଏବେ ବି ସସ୍ମିତା ରୋଗିଣା ବାପାଙ୍କୁ ଧରି ଜରିପାଲ ଘେରା ଭଙ୍ଗା ଦଦରା କାନ୍ଥ ଘରେ ରହୁଛନ୍ତି।
ବାବୁଶାନ୍ ଦ୍ବାରା ଶୁଭାରମ୍ଭ ବାର୍ଷିକ କ୍ୟାଲେଣ୍ଡର ସିଗ୍ନେଚର୍ ୨୪;ଭଲ ମଣିଷଟିଏ ହେବା ଦେଶକୁ ଆଗକୁ ନେବା ସମ୍ପୂର୍ଣ ଶିକ୍ଷା ଦାୟକ କାହାଣୀ ଉଲ୍ଲେଖ।
ଶ୍ରୀମନ୍ଦିର ସିଂହଦ୍ଵାର ଖୋଲିଲା ସର୍ବସାଧାରଣ ଦର୍ଶନ କରିପାରିବେ ଜଗା ଦର୍ଶନ; ବାଧ୍ୟତାମୂଳକ ପରିଚୟପତ୍ର ମାନିବାକୁ ପଡ଼ିବ Covid-19 ଗାଇଡ୍ ଲାଇନ୍
ଜଷ୍ଟିସ୍‌ ଡକ୍ଟର ଏସ୍‌ ମୁରଲୀଧର ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ରାଜଭବନରେ ।
ଆସନ୍ତା ୮ ତାରିଖରେ ଖୋଲିବ ସ୍କୁଲ ୮୦ ମାର୍କର ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ ପରୀକ୍ଷା ସରିବାର ୪୫ ରୁ ୫୦ ଦିନ ଭିତରେ ରେଜଲ୍ଟ ; ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।