03/01/2021
Editor by/- Srinibash Rout
ଚଳିତ ବର୍ଷ ମାଟ୍ରିକ ଛାତ୍ରଛାତ୍ରୀ ୮୦ ମାର୍କର ପରୀକ୍ଷା ଦେବେ। ୫୦ ମାର୍କ OMRରେ ଅବଜେକଟିଭ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନର ଉତ୍ତର ଦେବେ। କିନ୍ତୁ ମୂଲ୍ୟାୟନ ହେବ ୧୦୦ ମାର୍କରୁ । ଅର୍ଥାତ ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ଆଭରେଜ ମାର୍କ ପାଇବେ। ସେହିପରି ପରୀକ୍ଷା ସରିବାର ୪୫ ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ଦ୍ଵିତୀୟ ପର୍ଯ୍ୟାୟରେ ଆବାସିକ ବିଦ୍ୟାଳୟ ଗୁଡିକର ହଷ୍ଟେଲ ଖୋଲିବା ପାଇଁ ଯୋଜନା ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସେହିପରି ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ସ୍କୁଲକୁ ପାଠ ପଢିବାକୁ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦-୨୧ ବର୍ଷ ପାଇଁ ୧୦୦ ଦିନିଆ ଶିକ୍ଷାବର୍ଷ ଲାଗି ନିଷ୍ପତ୍ତି ନିଆଯାଇଛି । ତେଣୁ ଶନିବାର ଓ ରବିବାର ମଧ୍ୟ ସ୍କୁଲରେ ପାଠ ପଢାଯିବ । ସର୍ବଭାରତୀୟ ପ୍ରତିଯୋଗିତା ପରୀକ୍ଷାରେ ଅଂଶଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ । ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତି ନେଇଥିବା ସ୍ପଷ୍ଟ ହୋଇଛି ।
WWW.SOCIALNEWSODIA.INFO
0 Comments