ତାରିଖ/- ୨୨-୦୮-୨୦୨୦
ସ୍ଥାନ/- ଖୋର୍ଦ୍ଧା
Reporter - SRINIBASH ROUT
ଗଂଜାମ କୁ ପଛରେ ପକାଇ ଏବେ ଖୋର୍ଦ୍ଧା ରେ କରୋନା ସଂକ୍ରମଣ ବଢି ଚାଲିଛି ।
ଡେଂଜର ଜୋନ ରେ ଏବେ ଖୋର୍ଦ୍ଧା । ଦିନକୁ ଦିନ ଜିଲ୍ଲାରେ ଅସମ୍ଭାଳ ହେଉଛି ସ୍ଥିତି । ଆଜି ଜିଲ୍ଲା ରେ ରେକର୍ଡ ସଂଖ୍ୟକ 524 ପଜିଟିଭ ଚିହ୍ନଟ ହୋଇଛନ୍ତି । ସପ୍ତାହକର ଗ୍ରାଫ ଉପରେ ନଜର ପକାଇଲେ ଖୋର୍ଦ୍ଧା ଜିଲ୍ଲା ରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ 14 ତାରିଖ ରେ ରେକର୍ଡ ସଂଖ୍ୟକ 332 ପଜିଟିଭ ଚିହ୍ନଟ ହୋଇଥିଲେ ।ଆଜି ଏହି ସଂଖ୍ୟା 524 ରେ ପହଞ୍ଚିଛି । ଚିନ୍ତା ର ବିଷୟ ହେଉଛି କି ଅଧିକାଂଶ ଆକ୍ରାନ୍ତ ରାଜଧାନୀର । ଜିଲ୍ଲା ରେ ମହାମାରୀ ରେ 52 ଜଣଙ୍କ ଜୀବନ ଯାଇଥିବା ବେଳେ ରାଜଧାନୀରେ 32 ଜଣଙ୍କ ଜୀବନ ଯାଇଛି । ତେଣୁ ରାଜଧାନୀରେ କରୋନା କିପରି ନିୟନ୍ତ୍ରଣ ହୋଇପାରିବ?ତାହା ବିଏମସି ପାଇଁ ଚିନ୍ତା ର ବିଷୟ ହୋଇଛି ।
ଶ୍ରୀନିବାସ ରାଉତ ( ସାମ୍ବାଦିକ )
୯୪୩୯୮୮୩୧୬୫


0 Comments