Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରେଖା ଲୋହାନୀ

 


ତାରିଖ/-୩୦-୦୯-୨୦୨୦


Editor by/- Srinibash Rout


ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରେଖା ଲୋହାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ ସେବା ଭବନରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ସଞ୍ଜୟ ସିଂହ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଅବସରରେ ପୋଲିସ କମିଶନର ଷଡ଼ଙ୍ଗୀ ନୂତନ ଅତିରିକ୍ତ କମିଶନର ଭାବେ ଲୋହାନୀଙ୍କୁ ସ୍ବାଗତ କରିବା ସହ ତାଙ୍କ ସମ୍ପର୍କରେ କହିଥିଲେ। ଏହାପୂର୍ବରୁ ସେ ଆଇଜି (ଆଧୁନିକୀକରଣ) ଭାବରେ କାର୍ଯ୍ୟ କରୁଥିଲେ। ୨୦୧୦-୧୧ରେ ଲୋହାନୀ ଅତିରିକ୍ତ ପୋଲିସ କମିଶନର ମଧ୍ୟ ଥିଲେ। 


ଭିଜିଲାନ୍ସ ଏସ୍‌ପି, ସୁବର୍ଣ୍ଣପୁର, ନୟାଗଡ଼ ଓ ବାଲେଶ୍ୱର ଏସ୍‌ପି ଭାବେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଛନ୍ତି। କେନ୍ଦ୍ରୀୟ ଡେପୁଟେଶନରେ ଥିବାବେଳେ ଉଲ୍ଲେଖନୀୟ ସେବା ପାଇଁ ସେ ପୋଲିସ ମେଡାଲ ପାଇଛନ୍ତି। କମିଶନରେଟ୍‌ ପୋଲିସରେ ତାଙ୍କ ଭୂମିକା ଆଗକୁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି। ସେହିଭଳି ଆଇପିଏସ୍‌ ଅଫିସର ସିଂହଙ୍କୁ ମଧ୍ୟ ଏହି ଅବସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡିସିପି ଉମାଶଙ୍କର ଦାଶ ଧନ୍ୟବାଦ ଦେଇଥିଲେ।



www.socialnewsodia.info

Post a Comment

0 Comments