Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ

 


ତାରିଖ/-୧୧-୦୯-୨୦୨୦


ପୁରୀ 📍


Editor by/- Srinibash Rout



କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁରୀ ସମୁଦ୍ରକୂଳ ଥାନା ପୋଲିସ । ପଜିଟିଭ ଚିହ୍ନଟ ହେବାର ୧୭ ଦିନ ପୂରିବା ଆଗରୁ ସ୍ୱର୍ଗଦ୍ୱାରରେ ପିପିଲି ବିଧାୟକ ପ୍ରଦୀପ ମହରଥୀଙ୍କ ଶେଷ କୃତ୍ୟ ସେ ଯୋଗ ଦେଇଥିଲେ ।କୋଭିଡ ପଜିଟିଭ ହେବାର ୧୭ ଦିନ ପରେ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେଇ ଥିବାରୁ ମନ୍ତ୍ରୀ ସମୀର ଦାଶଙ୍କୁ ଆଶ୍ବସ୍ତି ମିଳିଛି।ତାଙ୍କ ନାଁ ମାମଲା ରୁଜୁ ହୋଇନାହିଁ। ଦିବଗଂତ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସତ୍ୟବାଦୀ ବିଧାୟକ । କରୋନା ପଜିଟିଭ ଚିହ୍ନଟ ହୋଇଥିଲେ, ନିୟମ ଅନୁସାରେ ସଙ୍ଗରୋଧରେ ରହିବା କଥା ହେଲେ ଏହାକୁ ଉମା ସାମନ୍ତରାୟ ମାନିନଥିବା ଅଭିଯୋଗ ହୋଇଥିଲା । ଏ ନେଇ ଥାନାରେ ଏତଲା ଦେଇଥିଲେ ବିଜେପି ଯୁବ ମୋର୍ଚ୍ଚା ଓ ଜଗନ୍ନାଥ ସେନା ।ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତ ରାୟଙ୍କ ବିରୋଧରେ ସମୁଦ୍ର କୁଳ ଥାନାରେ ୨୬୯, ୨୭୦ ଓ ୩ ମହାମାରୀ ଆଇନ ଅନୁଯାୟୀ ମାମଲା ୧୬୧/୨୦ରୁଜୁ ହୋଇଛି।



www.socialnewsodia.info

Post a Comment

0 Comments