Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଅନ୍ତର୍ଜାତୀୟ ଅହି˚ସା ଦିବସ ଆଜି ।

 


ତାରିଖ/-୦୨-୧୦-୨୦୨୦


Editor by/- Srinibash rout


ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନକୁ ‘ଅନ୍ତର୍ଜାତୀୟ ଅହି˚ସା ଦିବସ’ ଭାବେ ପାଳନ କରିବା ପାଇଁ ୧୫ ଜୁନ୍‌ ୨୦୦୭ରେ ‘ଜାତି ସ˚ଘ’ର ସାଧାରଣ ପରିଷଦ ଅନୁମୋଦନ ଦେଇଥିଲା ଏବ˚ ସେହି ବର୍ଷ ପ୍ରଥମ ଥର ପାଇଁ ବିଶ୍ବ ସ୍ତରରେ ଏହି ଦିବସ ପାଳିତ ହୋଇଥିଲା। ଏହି ଦିବସ ପାଳନ ପାଇଁ ଜାନୁଆରି ୨୦୦୪ରେ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଇରାନିଆନ୍‌ ନୋବେଲ୍‌ ବିଜୟିନୀ ସିରିନ ଇବାଦି। ୨୦୦୩ରେ ଶାନ୍ତି ପାଇଁ ନୋବେଲ୍‌ ପାଇଥିବା ଏହି ପ୍ରସିଦ୍ଧ ମହିଳା ଜଣେ ଗାନ୍ଧୀବାଦୀ। ସେ ପେସାଦାର ଆଇନଜୀବୀ ଏବ˚ ମାନବାଧିକାର ଆନ୍ଦୋଳନ କର୍ମୀ। ତାଙ୍କ ପ୍ରସ୍ତାବକୁ ପରବର୍ତ୍ତୀ କାଳରେ ଭାରତ ସରକାର, କ˚ଗ୍ରେସ୍‌ ଦଳ ଓ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟବାଦ ବିରୋଧୀ ସକ୍ରିୟତାବାଦୀ ତଥା କେପ୍‌ ଟାଉନ୍‌ର ଆର୍କ‌୍‌ବିସପ୍‌ ଡେସ୍‌ମଣ୍ତ୍‌ ଏମ୍‌ପିଲୋ ଟୁଟୁ ସମର୍ଥନ ଦେଇଥିଲେ। ପ୍ରସ୍ତାବର ଗୁରୁତ୍ବକୁ ‘ଜାତି ସ˚ଘ’ ସାଧାରଣ ପରିଷଦର ସଦସ୍ୟମାନେ ବହୁ ମତରେ ସମର୍ଥନ ଦେବା ସହ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା।


www.socialnewsodia.info

Post a Comment

0 Comments