Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

POLICE ଟେକି ନେବ ରାଜରାସ୍ତାରେ କଲେ ପାର୍କିଂ ।

 


ତାରିଖ/-୨୨-୧୦-୨୦୨୦


ଭୁବନେଶ୍ୱର/କଟକ 📍

Editor by/- Srinibash Rout


ଦୁର୍ଗାପୂଜା ଲାଗି ମାର୍କେଟ ଅଞ୍ଚଳରେ ଭଡି ଜମୁଛି । ଲୋକେ ରାସ୍ତା ଉପରେ ତଥା ନୋ ପାର୍କିଂ ଜୋନରେ ଗାଡି ରଖି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି । ଏଭଳି ସମସ୍ୟା ନଜରକୁ ଆସିବା ପରେ କମିଶନରେଟ ପୁଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏଣିକି ରାସ୍ତା ଉପରେ ଗାଡି ରଖି ପୁଲିସ ଟେକି ନେବ ବୋଲି କଡା ଚେତାବନୀ ଦେଇଛି ।

ରାଜଧାନୀର ବ୍ୟସ୍ତବହୁଳ ଜନପଥ, ମାର୍କେଟ ବିଲଡିଂ, ସିଆରପି ଛକ, କଟକ-ପୁରୀ ରୋଡରେ ବେଆଇନ ପାର୍କିଂ କରାଯାଉଛି । ଏହା ଜଣାପଡିବା ପରେ କମିଶନରେଟ୍‌ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି । ବିଶେଷ କରି ବିଭିନ୍ନ ସପିଙ୍ଗ ମଲ୍‌ ସମ୍ମୁଖ ରାସ୍ତାରେ ବେଆଇନ ପାର୍କିର୍ଂ କରି ସମସ୍ୟା ସୃଷ୍ଟି କରୁଥିବା ଗାଡି ·ଳକଙ୍କଠାରୁ ଓଡ଼ିଶା ସହରାଞ୍ଚଳ ଆଇନ ଅନୁସାରେ ଜରିମାନା ଆଦାୟ କରାଯାଇ ·ଳକଙ୍କୁ ତାଗିଦ କରାଯାଉଛି । ଯଦି ଗାଡି ଚାଳକ ସଚେତନ ନହୋଇ ପୁନର୍ବାର ରାସ୍ତାକଡରେ ବେଆଇନ ପାର୍କିର୍ଂ କରନ୍ତି, ତେବେ ବିନା ନୋଟିସ୍‌ରେ ପୁଲିସ ଗାଡିଗୁଡିକ ଉଠାଇ ନେବ ବୋଲି କଡା ଚେତାବନୀ ଦେଇଛି ।

ସହରର ବ୍ୟସ୍ତବହୁଳ ଜନପଥର ବାଣୀବିହାରରୁ ରୂପାଲୀ ଛକ ମଧ୍ୟରେ ରାସ୍ତାର ଦୁଇ କଡରେ ବେଆଇନ ଗାଡି ପାର୍କିଂ ହେଉଛି । ଫଳରେ ଉକ୍ତ ରାସ୍ତାରେ ବ୍ୟାପକ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି । ବିଶେଷ କରି ପାଣ୍ଟାଲୁନ ସମ୍ମୁଖ ଓ ରୂପାଲି ବସ୍‌ଷ୍ଟାଣ୍ଡ ନିକଟରେ ରାସ୍ତାର ଦୁଇପାଶ୍ୱର୍ରେ ଗାଡିଗୁଡିକ ପାର୍କିଂ ହେବା ଦ୍ୱାରା ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡିଛି । ଏପରିକି ରାସ୍ତାରେ ଗାଡିଚଳାଚଳ ବାଧାପ୍ରାପ୍ତ ହେଉଛି । ଏବେ ପୂଜା ମାହୋଲ ଚାଲିଥିବାରୁ ପୁଲିସ ଏଭଳି ବେଆଇନ ପାର୍କିଂ ଉପରେ ଚଢାଉ ଆରମ୍ଭ କରିଛି ।


ସେହିପରି ଅନ୍ୟତମ ବ୍ୟସ୍ତବହୁତ ସିଆରପି ଛକ ନିକଟରେ ବେଆଇନ ଉଠାଦୋକାନୀଙ୍କ ଭିଡ ସାଙ୍ଗକୁ, ଅଟୋ ଓ ଗାଡି ପାର୍କିଂ ଗୁରୁତର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିଥିଲା । ଟ୍ରାଫିକ୍‌ ପୁଲିସ୍‌ ସେଠାରେ ଘନଘନ ଚଢାଉ କରି ବେଆଇନ ଉଠାଦୋକାନୀକୁ ହଟାଇବା ସହ ବେଆଇନ ପାର୍କିଂ ଉପରେ ଚଢାଉ ଅଭିଯାନ ଜାରି ରଖିଛି । କଟକ-ପୁରୀ ରୋଡର ବମିଖାଲ ଓ ମହର୍ଷି କଲେଜ ରୋଡରେ ମଧ୍ୟ ଅନୁରୂପ ଭାବେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବାରୁ ସେଠାରେ ଚଢାଉ ଜାରି ରହିଛି । ଆଗକୁ ଏହାକୁ ଜୋରଦାର କରାଯିବ ବୋଲି ପୁଲିସ କହିଛି ।


www.socialnewsodia.info

Post a Comment

0 Comments