Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଵିଦ୍ୟୁତ୍ ତାର ଛିଣ୍ଡି ପୋଡିଗଲା ଘର ଅଳ୍ପକେ ଵର୍ତ୍ତିଲେ ସରସ୍ବତୀ:

 

   


  .....................................

ରାଜନଗର :28.10.022 

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ  କଣ୍ଡିରା ପଂଚାୟତ ଅମଣାପାରି ଗ୍ରାମର ଚୈତନ୍ୟ ମଲ୍ଲିକଙ୍କ ଘର  ଉପରେ ଆଜି ବିଦ୍ୟୁତ୍ ତାର ପଡି ଘରପୋଡି ଯାଇଥିବା ଵେଳେ ତାଙ୍କ ସ୍ତ୍ରୀ ସରସ୍ବତୀ  କରେଣ୍ଟ ଆଘାତ ପାଇ ଅଳ୍ପକେ ଵର୍ତ୍ତି ଯାଇଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଵିବରଣୀରୁ ପ୍ରକାଶ ଚୈତନ୍ୟଙ୍କ ଘର ଉପରେ 33କେଵି ଵିଦ୍ୟୁତ୍ ତାର ଯାଇଥିବାରୁ ଵିପଦ ଘଟିବା ଆଶଙ୍କା କରି ଘର ଉପରୁ କରେଣ୍ଟ ତାର ଅପସାରଣ କରିବାକୁ ଵିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସହ ଵିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।କିନ୍ତୁ ଵିଭାଗିୟ ଅଧିକାରୀ କିଛି ଆଶାରଖି ଟାଳଟୁଳ ନୀତି ଅବଲମ୍ବନ କରି ତାରକୁ ଘୁଞ୍ଚାଇ ନଥିଲେ ,ଫଳରେ ଆଜି ଦିନ ଦୁଇଟା ସମୟରେ ପରିବାର ଲୋକ ଖାଉଥିବା ଵେଳେ ତାର ଛିଣ୍ଡି ଘର ପୋଡିବା ଶବ୍ଦ ଶୁଣି ଖାଇବା ଛାଡି ବାହାରକୁ ପଳାଇ ଆସିଥିଲେ ମଧ୍ୟ ସରସ୍ବତୀ କରେଣ୍ଟ ଆଘାତ ପାଇଛନ୍ତି।ଖବର ପାଇ ବିଭାଗୀୟ କର୍ମଚାରୀ କରେଣ୍ଟ କାଟିବା ପରେ ଗ୍ରାମବାସୀ ପାଣିପକାଇ ନିଆଁକୁ ଆୟତ୍ତ କରିଥିଲେ ଏଵଂ ଵିଦ୍ୟୁତ୍ ଵିଭାଗର ଅସାଵଧାନତା ଦୃଷ୍ଟିରୁ ଏପରି ଅଘଟଣ ଘଟିଲା ଵୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। କ୍ଷତିଗ୍ରସ୍ତ ଚୈତନ୍ୟ ଜଣେ ଗରିବ ଵ୍ୟକ୍ତି  ସେ କୁଲି କରି ପରିବାର ପୋଷିବା ସହ ଦୁଖଃକଷ୍ଟ  ସହି ମୁଣ୍ଡ ଗୁଞ୍ଜିବାକୁ ଚାଳ ଘର ଖଣ୍ଡେ କରିଥିଲା,ହେଲେ ସେହି ଘର ପୋଡିଯିବା ଦ୍ବାରା ଘରକରିବା ତାପକ୍ଷେ କଷ୍ଟ ସାଧ୍ୟ ହୋଇ ଶୀତ କାକରରେ ପିଲାଛୁଆ ଧରି ଶୋଇଵା ଛଡା ଅନ୍ୟ ଉପାୟ ତା ପାଖରେ ନାହିଁ ।ତେଣୁ ସରକାରଙ୍କ ପକ୍ଷରୁ ଘର ଖଣ୍ଡେ ଯୋଗାଇ ଦେଲେ ଗରିବ ସନ୍ୟାସୀ ତାର ପିଲାଛୁଆଙ୍କୁ ଧରି ରହିବାରେ ସକ୍ଷମ ହୋଇପାରିବ ଵୋଲି ଗ୍ରାମବାସୀ ଦାଵୀ କରିଛନ୍ତି।ପ୍ରକାଶ ଥାଉକି ମହିଁସାଷୁର ପଞ୍ଚାୟତ ବାଘୁଆ ଗ୍ରାମରେ ଏହିପରି କେତେକ ପରିଵାର ରହୁଥିବା  ଘର ଉପରେ 33 କେଭି ତାର ଯାଇଥିବାରୁ ସେମାନେ ଭୟଭିତ ହୋଇ  ବାରମ୍ବାର ଅଭିଯୋଗ କରିଆସୁଛନ୍ତି।ଯଦି ଵିଭାଗୀୟ ଅଧିକାରୀ ଏହାର ଵିକଳ୍ପ ପ୍ରତିକାର ନ କରନ୍ତି ଭଵିଷ୍ୟତରେ ଏହି ଗ୍ରାମପରି ଅଘଟଣ ଘଟିବା ସମ୍ଭାବନାକୁ ଅସ୍ବୀକାର କରିବା ଠିକ୍ ହେଵନାହିଁ ଵୋଲି ଵୁଦ୍ଧିଜୀଵି ମହଲରେ ଦାଵି ହୋଇଛି।

Post a Comment

0 Comments