25/12/2020


କଟକ 📍


Chief Reporter & Editor/- Srinibash Rout

ଆଜିର ପବିତ୍ର ଦିନକୁ ପ୍ରଭୁଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ। ପ୍ରତ୍ୟେକ ବର୍ଷ ଲୋକେ ବିଶେଷ କରି ଖ୍ରୀଷ୍ଟଧର୍ମର ଲୋକେ ଘରକୁ ଖୁବ ସୁନ୍ଦର ଭାବେ ସଜାଇବା ସହ କେକ ପ୍ରସ୍ତୁତ କରନ୍ତି, ଖୁବ ଆନନ୍ଦରେ ପାଳନ କରିବା ସହ ଚର୍ଚ୍ଚ ଗୁଡ଼ିକ ମଧ୍ୟ ରଙ୍ଗବେରଙ୍ଗ ଆଲୋକରେ ସଜା ଯାଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଏ। 


ମାତ୍ର ଚଳିତବର୍ଷ କୋଭିଡ କଟକଣାରେ ପାଳନ କରାଯାଉଛି ବଡଦିନ। କେତେକ ସ୍ଥାନରେ ଚର୍ଚ୍ଚ ଯିବାକୁ ବାରଣ କରାଯିବା ସହ କିଛି ସ୍ଥାନରେ ସ୍ୱଳ୍ପ ଲୋକେ ସାମାଜିକ ଦୂରତା ପାଳନ ସହ ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରିଛନ୍ତି। କରୋନା କଟକଣା ହେତୁ ଲୋକଙ୍କୁ ସମୂହ ଭାବେ ଏକତ୍ରିତ ହେବା ଉପରେ ରୋକ ଲଗାଯାଇଛି।


ସେହିପରି କଟକ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯିବା ସହ ଆବଶ୍ୟକ ପରିମାଣରେ ପୁଲିସ ଫୋର୍ସ ରହିଛନ୍ତି।


WWW.SOCIALNEWSODIA.INFO