Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆଧାର କାର୍ଡ ହୋଇପାରୁନି, ବିଭିନ୍ନ ସରକାରୀ ବେସରକାରୀ ଯୋଜନାରୁ ବଞ୍ଚିତ 'ଯଶୋବନ୍ତ' - ସରକାରଙ୍କ ସବୁ ସହାୟତା ଏହି କାର୍ଡ ରୁ ହିଁ ଆରମ୍ଭ ହୋଇଥାଏ, ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ହେଉଛି ଦାବି ।

 


28-APRIL-2022


📌


BY Srinibash Rout in Odisha

ଆଧାର କାର୍ଡ ରୁ ବଞ୍ଚିତ ।ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମାଟିଆଭଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଆଭଟା ଗ୍ରାମରେ ବାସ କରୁଥିବା ବନମାଳି ଜ୍ୟୋତିଷଙ୍କ ପୁଅ ଯଶୋବନ୍ତ ଜ୍ୟୋତିଷ ଯାହାର ବୟସ ୧୪ ବର୍ଷ ହେବ ।ପୁଅ ଯଶୋବନ୍ତ ଜ୍ୟୋତିଷ ଜନ୍ମ ସମୟ ରୁ ଆଜି ପର୍ଯ୍ୟନ୍ତ ଠିକ୍ ଠାକ୍ ।ପୁଅ ଟିର ବୟସ ବଢ଼ି ଚାଲିଲା ହେଲେ ଆଜି ପର୍ଯ୍ୟନ୍ତ ଆଧାର କାର୍ଡ ହୋଇ ପାରିଲା ନାହିଁ ।ଯାହା ଫଳରେ ସମସ୍ତ ସରକାରୀ ବେସରକାରୀ ଯୋଜନାରୁ ବଞ୍ଚିତ। ହେଲେ ଦୁଃଖର କଥା ଆଧାର କାର୍ଡ ନ ହେବାରୁ ସ୍କୁଲ୍ ରେ ନାମ ଲେଖାଇବା ରେ ବଞ୍ଚିତ ଏହି ପୁଅ ।ଯଦି ତାର ଆଧାର କାର୍ଡ ଖଣ୍ଡେ ହୋଇ ପାରନ୍ତା ହୁଏତ କିଛି ସୁବିଧା ସୁଯୋଗ ପାଇ ପାରନ୍ତା ।ଆଧାର କାର୍ଡ ତିଆରି କରିବା ପାଇଁ ଗଲେ ପୁଅ ର ଆଧାର କାର୍ଡ ପାଇଁ ସମସ୍ତେ ମନା କରିଦେଇଛନ୍ତି ।କାରଣ ଯଶୋବନ୍ତ ଜ୍ୟୋତିଷ ର ଟିପଚି଼ହ୍ନ କୌଣସି କାରଣ ରୁ କମ୍ପ୍ୟୁଟର ରେ ନେଉନାହିଁ ।ଆଧାର କାର୍ଡ ନଥିବାରୁ ସବୁ ସୁବିଧା ରୁ ବଞ୍ଚିତ ରହିବେ ଓ ସ୍କୁଲ୍ ରେ ମନା ମଧ୍ୟ କରିଦେଉଛନ୍ତି ।ଯଦି ଏ ପୁଅ ଯଶୋବନ୍ତ ଜ୍ୟୋତିଷ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତେ ପୁଅଟି ଉପକୃତ ହୋଇପାରନ୍ତି ।


ସରକାରୀ ଅର୍ଥରେ ଚିହ୍ନଟ ଶିବିର ଓ ପରିଚୟପତ୍ର ତଥା ଅନ୍ୟାନ୍ୟ ସହାୟତା ପ୍ରଦାନ ପାଇଁ ପ୍ରଚାର କରାଯାଉଛି। ତଥାପି ଫଳପ୍ରଦ ହେଉନାହିଁ।


(ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ।ହେଲେ ଯୋଗ୍ୟ ହିିତାଧିକାରୀଙ୍କ ପାଇଁ ଏସବୁ ଯୋଜନା ସାତସପନ- ଏହାର ମୁଖ୍ୟ କାରଣ ହେଉଛି ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା)




https://socialnewsodiaofficial.blogspot.com

Post a Comment

0 Comments