29/12/2020
Editor by/- Srinibash Rout
ଶେଷ ହେଲା ରାଜ୍ୟର ଚଳିତ ବର୍ଷର ଶେଷ କ୍ୟାବିନେଟ ବୈଠକ । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି । ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ମୋଦର ମାରିଛନ୍ତି ସରକାର ।ଆସନ୍ତା ଶିକ୍ଷାବର୍ଷରୁ ଏହି ଆଇନକୁ କାର୍ଯ୍ୟକାରୀ କରାଯିବ । ତେବେ ଡାକ୍ତରି ଓ ଇଞିନିୟରିଂ ପାଠ୍ୟକ୍ରମରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରାଯିବ । ସଂକଳ୍ପ କାର୍ଯ୍ୟକାରୀ ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯିବ ।୧୨ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ସରକାର ।
ସମସ୍ତ ନିର୍ବାଚିତ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ପ୍ରଦାନକୁ ମଧ୍ୟ ବାଧ୍ୟତାମୂଳକ କରାଗଲା ।
ତୃତୀୟ ଥର ପାଇଁ ରାଜ୍ୟ କୃଷି ପ୍ରାଣୀଧନ ବିପଣନ ଅଧ୍ୟାଦେଶକୁ ମଧ୍ୟ ମିଳିପାରେ କ୍ୟାବିନେଟ ମଞ୍ଜୁରୀ । ଓଏଏସ କ୍ୟାଡର୍ ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିବା ସମ୍ଭାବନା ଅଛି ।ଅନ୍ୟ ପକ୍ଷରେ ଉଚ୍ଚଶିକ୍ଷା ବିଭାଗ ପୂର୍ତ୍ତବିଭାଗ, ଆଇନ୍ ବିଭାଗର ମଧ୍ୟ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।
ଓଡ଼ିଶା ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା/ପୁରୁଷ) ସେବା ସଂଶୋଧନ ନିୟମ ୨୦୨୦କୁ ସ୍ୱୀକୃତି ମିଳିଛି । ଏହାଦ୍ୱାରା ଏଣିକି ଠିକାରେ ନିଯୁକ୍ତି ହେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ ହେବାର ସୁଯୋଗ ମିଳିବ ।
ଓଡ଼ିଶା ଆୟୁର୍ବେଦିକ ଔଷଧ ପ୍ରବର୍ତ୍ତନ ସେବା ନିୟମ-୨୦୨୦କୁ ଅନୁମୋଦନ କରାଯାଇଛି ।ଏହାଦ୍ୱାରା ଓଡ଼ିଶା ଆୟୁର୍ବେଦ ଔଷଧ ପ୍ରବର୍ତ୍ତନ ସେବା କ୍ୟାଡରରେ ବିଭିନ୍ନ ପଦବୀରେ ନିଯୁକ୍ତି ଓ ସେମାନଙ୍କର ନିୟନ୍ତ୍ରଣ ବ୍ୟବସ୍ଥା ସୂଚାରୁରୂପେ କରାଯାଇ ପାରିବ ।
ଅପ୍ରାସଙ୍ଗିକ ପୁରୁଣା ଆଇନ୍କୁ ହଟାଇବା ପାଇଁ ଆଇନ କରାଯିବ ।
ଓଡ଼ିଶା କାରଖାନା ଓ ବାଷ୍ପିତ୍ର (ଫ୍ୟାକ୍ଟ୍ରି ଆଣ୍ଡ ବ୍ରୟଲର୍) ନୀରିକ୍ଷଣ ସେବା ନିୟମ-୧୯୮୪ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହାଦ୍ୱାରା ବିଭାଗର ସହକାରୀ ନିର୍ଦ୍ଦେଶକ ପାହ୍ୟାକୁ ଗ୍ରୁପ୍ ‘ଏ’ରୁ ଗ୍ରୁପ ‘ବି’କୁ ପଦୋନ୍ନତି ହେବ । ଏବଂ ଏହି ପଦବୀ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ପୁରଣ କରାଯିବ ।
WWW.SOCIALNEWSODIA.INFO
0 Comments