25/12/2020


ଜଗତସିଂହପୁର 📍


Editor by/- Srinibash Rout

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି।  ଜିଲ୍ଲାର ଏରସମା ବ୍ଲକ ଜପା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ସମାରୋହ ପାଳନ ସହ ବାଜପେୟୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।  ତାଙ୍କ ସହିତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସମ୍ପାଦକ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଓ ବହୁ ବରିଷ୍ଠ ନେତାମାନଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


ଏଥି ନିମନ୍ତେ ଆୟୋଜକ ଭାରତରତ୍ନ ଅଟଳବିହାରୀ ବାଜପେୟୀ ସ୍ମୃତି ପରିଷଦ,ଏରସମା  ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି।ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ଜପା ବଜାରରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାର ଉନ୍ମୋଚନ  କରାଯିବ। ପୂର୍ବାହ୍ନ ୧୧ ଘଟିକାରେ ପ୍ରତିମୂର୍ତ୍ତି ଉନ୍ମୋଚନ, ସାଧାରଣସଭା, ଓ ସୁଶାସନ ଦିବସ ପାଳନ କରାଯିବାକୁ ଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶ ଉଦ୍ଦେଶ୍ୟରେ ଅଭିଭାଷଣକୁ ମଞ୍ଚରୁ ଏଲିଡି ମାଧ୍ୟମରେ ପ୍ରସାରଣ କରିବାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।


WWW.SOCIALNEWSODIA.INFO