Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଡଷ୍ଟବିନ୍‌ ନ ରଖିଲେ କାର୍ଯ୍ୟାନୁଷ୍ଠାନ; ଦୋକାନ ସାମ୍ନାରେ ରଖିବେ ୨ ଡଷ୍ଟବିନ୍‌ ।

 


26/12/2020


ପୁରୀ 📍

Editor by/- Srinibash Rout

ପୁରୀ ସହରର ବ୍ୟବସାୟୀ ଓ ଦୋକାନୀମାନେ ନିଜ ଦୋକାନ ସମ୍ମୁଖରେ ଦୁଇଟି ଲେଖାଏ ଡଷ୍ଟବିନ୍‌ ରଖିବେ। ଗୋଟିକରେ ଓଦା ଏବଂ ଅନ୍ୟଟିରେ ଶୁଖିଲା ଆବର୍ଜନା ପକାଇବେ। ଆବର୍ଜନା ସଂଗ୍ରହ ପାଇଁ ପୌରସଂସ୍ଥା ପକ୍ଷରୁ ଯାଉଥିବା ଗାଡ଼ିରେ ଆବର୍ଜନା ପକାଇବେ। ଦୋକନକୁ ଆସୁଥିବା ଗ୍ରାହକଙ୍କୁ ମଧ୍ୟ ଏନେଇ ସଚେତନ କରିବେ। ଯାହା ଦ୍ୱାରା ଆବର୍ଜନା ପୃଥକ କରିବା ସହଜ ହେବ। ପୁରୀ ପୌରସଂସ୍ଥା ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ ଭିଡିିଓ ବାର୍ତ୍ତା ଜାରି କରି ଏଭଳି ଅନୁରୋଧ କରିଛନ୍ତି। ଆସନ୍ତା ୨ ତାରିଖରୁ ପୌରସଂସ୍ଥା ପକ୍ଷରୁ ଗଠିତ ଟିମ୍‌ ବିଭିନ୍ନ ଦୋକାନକୁ ଯାଇ ଯାଞ୍ଚ କରିବେ। ଯଦି କୌଣସି ଦୋକାନୀ ୨ଟି ଡଷ୍ଟବିନ୍‌ ରଖି ନ ଥାନ୍ତି ତାହାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଲ୍ଲେଖଯୋଗ୍ୟ ଯେ, ପୁରୀ ସହରକୁ ସଫାସୁତୁରା ରଖିବା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଏଥିପାଇଁ ପବିତ୍ର ପୁରୀ, ଗର୍ବ ଆମରି ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।


WWW.SOCIALNEWSODIA.INFO

Post a Comment

0 Comments