Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

JEE ପ୍ରଶ୍ନପତ୍ର ଆସିବ ଓଡ଼ିଆ ଭାଷାରେ ଚଳିତବର୍ଷ ଠାରୁ ସୂଚନା ଦେଲେ ସିଏମଓ ଓଡିଶା ।

 


20/12/2020

 

Editor by/- Srinibash Rout

ଓଡିଆ ଭାଷାରେ ଆସିବ ଜେଇଇ ପ୍ରଶ୍ନପତ୍ର । ଚଳିତ ବର୍ଷଠାରୁ ଜେଇଇ ପ୍ରଶ୍ନପତ୍ର ଭାରତର ବିଭିନ୍ନ ଭାଷାରେ ଆସିବା ସହ ଓଡିଆରେ ମଧ୍ୟ ଉପଲବ୍ଧ ହେବ । ଓଡିଶାର ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଓଡିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ସହମତି ପ୍ରକାଶ କରିଥିବା ନେଇ ସିଏମଓ ଓଡିଶା ପକ୍ଷରୁ social media ଜରିଆରେ ସୂଚନା ପ୍ରଦାନ କରାଯାଇଛି ।


ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜେଇଇ ଅନୁଷ୍ଠିତ ହେବ । ଚଳିତ ଥର ମୋଟ୍ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ । ଇଂରାଜୀ, ହିନ୍ଦୀ, ଓଡିଆ, ଆସାମୀ, ବଙ୍ଗାଳୀ, ଗୁଜୁରାଟି, କନ୍ନଡ, ମରାଠୀ, ମାଲାୟଲମ୍, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଦୁ ଭାଷାରେ ଜେଇଇ ଅନୁଷ୍ଠିତ ହେବ ।


WWW.SOCIALNEWSODIA.INFO

Post a Comment

0 Comments