21/07/2021
📌
NEWS EDITOR/- Srinibash Rout
ବିନୟ ଶ୍ରୀକାନ୍ତ ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ନିଯୁକ୍ତି ହେଲେ ।୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ ମଧ୍ୟ କାର୍ଯ୍ୟ କରିଥିଲେ ଓଡ଼ିଶା ପୁଅ ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ ।ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ବରିଷ୍ଠ ଭାରତୀୟ ବିଦେଶ ସେବା(ଆଇଏଫଏସ୍) ଅଧିକାରୀ ବିନୟ ଶ୍ରୀକାନ୍ତ ପ୍ରଧାନ ।ବିନୟ ଶ୍ରୀକାନ୍ତ ପ୍ରଧାନ ଦେବଗଡ଼ର ଆରବିଡ଼ି ବିଦ୍ୟାଳୟରୁ ପାଠ ପଢ଼ି ସମ୍ବଲପୁରର ଜି.ଏମ୍. ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ତା’ ପରେ ସେ ଦିଲ୍ଲୀର ଜୱାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ (ଜେ.ଏନ୍.ୟୁ.) ଉଚ୍ଚ ଶିକ୍ଷା ଲାଭ କରିଥିଲେ ।
ଜଣେ ଦକ୍ଷ ଏବଂ ବିଶିଷ୍ଟ କୂଟନୀତିଜ୍ଞ ଭାବରେ ସେ ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ମସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ। ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ମିଳିଥିବା ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଓ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା ଓ ଶୁଭେଚ୍ଛାର ସୁଅ ଛୁଟିଛି ।
socialnewsodiaofficial.blogspot.com



0 Comments