ରାଜନଗର
ସଞିତ ସାହୁ
୨୩-୦୧-୨୦୨୧
ଆଧାରକାର୍ଡ ରେ ବୟସ କମ୍ କିନ୍ତୁ ନିଜ ଝିଅଙ୍କୁ କାମ କରାଇବାକୁ ଠିକାଦାର ପ୍ରତିସୃତିରେ ନାବାଳକ ଦାଦନ ଏବଂ ନାବାଳିକା ଦାଦନଙ୍କ ବୟସ ବଢାଉଛନ୍ତି ବାପା ଏବଂ ମା । ଏପରି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ । ଏହି ରାଜନଗର ବ୍ଲକରୁ ପ୍ରାୟ ବହୁତ ନାବାଳକ ଏବଂ ନାବାଳିକା କେରଳ ଗୁଜୁରାଟ ଆନ୍ଧ୍ରପ୍ରଦେଶ ଏମିତି ମୁମ୍ବାଇ କୁ ନେଉଛନ୍ତି । ରାଜନଗର କୁରୁଣ୍ଟି ପଞ୍ଚାୟତ ର ଜଣେ ମହିଳା ବାହାର ରାଜ୍ୟକୁ ପିଲାଙ୍କୁ ନିଅନ୍ତି । ତାହା ସହ ବନ୍ଧପଡାର ଜଣେ ଠିକାଦାର ମଧ୍ୟ ବାହାର ରାଜ୍ୟକୁ ପିଲାଙ୍କୁ ପଠାନ୍ତି । ଯାହା ଆମର ହସ୍ତକ୍ଷେପ ହୋଇଛି । ଜାହା ଶୁଣିବାକୁ ମିଳିଛି ସେମାନଙ୍କୁ ଆସନ୍ତା ୨୭ତାରିଖରେ ଦିନ ବାହାର ରାଜ୍ୟକୁ ରାଜନଗରରୁ କେରଳ ଗୁଜୁରାଟକୁ ଟ୍ରେଲରିଙ୍ଗ କାମରେ ଝିଅଙ୍କୁ ଠିକାଦାର ନେବେ । ସ୍ଥାନୀୟ ପ୍ରସାଶନ ଜାଣିଶୁଣି ଚୁପ୍ ହୋଇ ବସିରଥିବା ଅଭିଯୋଗ ହୋଇଛି ! କେତେ ସୁରକ୍ଷିତ ବାହାର ରାଜ୍ୟକୁ ଯାଉଥିବା ନାବାଳକ ଦାଦନ ଏବଂ ନାବାଳିକା ଦାଦନ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କିପରି ଜଣଙ୍କ ଆଧାରକାର୍ଡ ଚେକ୍ କରି ବାହାରକୁ ନିଅନ୍ତି ତାହା ଏଠି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
0 Comments