Date-28.01.2021
Place-ରାଜନଗର
Editor- Madhabananda swain
ଜଦି ଆପଣଙ୍କ ଗ୍ରାମବାସୀ କରିଥିବା ନିଷ୍ପତ୍ତି ରେ ଆପଣ ଅମଙ୍ଗ । ଅଟକ ଥିବା ଲୋକଙ୍କ ସହ ଜଦି କଥା ହୁଅନ୍ତି ତାହେଲେ ଆପଣଙ୍କୁ ଦେବାକୁ ପଡିବ୧୫୦ ଟଙ୍କା ଯୋରିମାନା । ଗାଁ ନିଷ୍ପତ୍ତିକୁ ଅମାନ୍ଯ କଲେ ବାସନ୍ଦ ହେବା ସହିତ ଯୋରିମାନା ମଧ୍ଯ ଦେବାକୁ ପଡିବ । ଏଭଳି ଏକ ନିଷ୍ପତ୍ତି ଶୁଣାଇଛି ସବୁଠାରୁ ଚର୍ଚ୍ଚିତ ଜିଲ୍କା କେନ୍ଦ୍ରାପଡା ଅଞ୍ଚଳରେ ରାଜନଗର ବ୍ଲକର ଇଶ୍ଵର ପଞ୍ଚାୟତ ଅନ୍ତଗର୍ତ ଶିଳପୋଖରୀ ଗ୍ରାମର କଙ୍ଗାରୁ କୋର୍ଟ । ସୁଚବା ମୁତାବକ ସେହି ଗ୍ରାମର ଖଗେଶ୍ଵର ଦାସଙ୍କ ଘର ସାମ୍ନାରେ କମୁନିଟି ସେଣ୍ଟର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା ଶିଳପୋଖରୀ ଗାଁ କମିଟି । ତେବେ ଖଗେଶ୍ବର ଏହାକୁ ବିରୋଧ କରିବାରୁ ବିବାଦ ଉପୁଜିଥିଲା । ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ କାହିଁକି ଖଗେଶ୍ବର ଗାଁ କମିଟି ବିରୋଧରେ ଗଲେ ଏମିତି କାରଣ ଦର୍ଶାଇ ଖଗେଶ୍ବରଙ୍କୁ ଗାଁରୁ ବାସନ୍ଦ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଖଗେଶ୍ଵର । ଗାଁ ବୈଠକରେ ଖଗେଶ୍ବରଙ୍କ ସପକ୍ଷରେ ସ୍ବର ଉଠାଇଥିବା କିଛି ପରିବାରଙ୍କୁ ମଧ୍ଯ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏ ଘଟଣା ନେଇ ମଦନ ମୋହନ ବାରିକ, ସସ୍ମିତା ଦାସ ଓ କୃଷ୍ଣଚନ୍ଦ୍ର ବାରିକ ମିଶି ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛନ୍ତି !ଆଉ ତାଙ୍କୁ ତୁରନ୍ତ ନ୍ୟାୟ ପାଇଁ ଦାବି କରିଛନ୍ତି !ଅନ୍ୟପଟେ ଏ ସମ୍ପର୍କରେ ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ଥାନା ଅଧିକାରୀ କହିଛନ୍ତି ଆମେ ଅଭିଯୋଗ ପାଇଛୁ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଚାଲିଛି । ରିପୋର୍ଟ ଆସିବା ଆଇନ ଅନୁଯାଇ ଯାହା କାର୍ଯ୍ଯନୁଷ୍ଠାନ ନିଆଯିବା କଥା ନିଆଯିବ !
0 Comments