01/02/2021

 

Editor by/- Srinibash Rout

ଓଡ଼ିଆ ଅଫିସର ଲେଫ୍ଟନାଣ୍ଟ ଜେନେରାଲ୍‍ ଚଣ୍ଡିପ୍ରସାଦ ମହାନ୍ତି ଆଜି ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ହେବେ ଦେଶର ୪୨ତମ ସେନା ଉପମୁଖ୍ୟ। ୧୯୮୨ ମସିହାରେ ରେଜିମେଣ୍ଟ୍‍ରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବେ ଶ୍ରୀ ମହାନ୍ତି ଯୋଗ ଦେଇଥିଲେ। ନିଜର ୩୮ ବର୍ଷର କ୍ୟାରିୟର ମଧ୍ର୍‍ୟରେ ପାକିସ୍ତାନ ଓ ଚୀନ୍‍ ସୀମା ସହିତ ଅନେକ ଅପରେସନରେ ସେ ଆଗାଧାଡ଼ିରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏହାଛଡ଼ା ନୂଆଦିଲ୍ଲୀ ସେନା ମୁଖ୍ୟାଳୟରେ ଲଜିଷ୍ଟିକ୍‍ ଓ ଷ୍ଟାଟେଜିକ୍‍ ମୁଭ୍‍ମେଣ୍ଟରେ ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତ ହୋଇଥିଲେ।


WWW. SOCIALNEWSODIA.INFO