29/01/2021
Editor by/- Srinibash Rout
ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ପଢ଼ୁଥିବା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଅଞ୍ଚଳର ଛାତ୍ରୀ ଝରାଫୁଲ ନାଏକଙ୍କ ହତ୍ୟାକାଣ୍ଡର ପର୍ଦାଫାଶ । ହତ୍ୟାକାରୀ ଯୁବକ ରାକେଶ ସ୍ବାଇଁ ଗିରଫ । ରାକେଶକୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ରାକେଶ ମୃତଦେହକୁ ଗତକାଲି ରହସ୍ୟଜନକ ପରିସ୍ଥିତିରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟ ରାସ୍ତାକଡ଼ରେ ଫିଙ୍ଗିଦେଇଥିଲା । ପୋଲିସ୍ ଏହାକୁ ଉଦ୍ଧାର କରିବା ବେଳେ ଦୁଇ ଜଣ ଯୁବକ ଏକ ନାଲି ରଙ୍ଗର ସ୍କୁଟିରେ ଆଣି ଏଠାରେ ଶବ ଫିଙ୍ଗି ଦେଇ ଚାଲି ଯାଇଥିବା ନେଇ ସିସିଟିଭି ଫୁଟେଜରୁ ଜଣା ପଡିଥିଲା ତେବେ ଏହି ଦୁଇ ସନ୍ଦିଗ୍ଧ ଯୁବକ କିଏ ଏବଂ କେଉଁ ପରିସ୍ଥିତିରେ ସେମାନେ ଝରାଫୁଲଙ୍କ ମୃତ ଶରୀରକୁ ଆଣି ଏଠାରେ ଫିଙ୍ଗି ଦେଇଗଲେ ଓ ଝରାଫୁଲଙ୍କ ମୃତ୍ୟୁ କେମିତି ଘଟିଲା ଜାଣିବା ପାଇଁ ପୋଲିସ ତନାଘନା ଚଳାଇ ଆଜି ସେହି ଦୁଇ ଯୁବକଙ୍କୁ ଚିହ୍ନଟ କରିଛି ବୋଲି ଯାଜପୁର ଏସ୍ପି ସୂଚନା ଦେଇଛନ୍ତି । ତେବେ ଏସ୍ପି ଅଭିଯୁକ୍ତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇ ନ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣକର ନାମ ରାକେଶ ସ୍ବାଇଁ ଓରଫ ନନ୍ଦୁ ବୋଲି କହିଛନ୍ତି । ସେ କୌଣସି ମତେ ଝରାଫୁଲଙ୍କ ଫୋନ୍ ନମ୍ବର ସଂଗ୍ରହ କରି ତାଙ୍କ ସହିତ କଥାବାର୍ତ୍ତା, ଭିଡ଼ିଓ କଲିଂ ଓ ଚାଟିଂ କରି ଆସୁଥିଲା । ଯଦି ଏହି ଫଟୋ ସେହି ରକେଶର ହୋଇଥାଏ ତେବେ ତାର ତିନୋଟି ଫେସବୁକ୍ ଆକାଉଣ୍ଟ୍ ରହିଛି ଏବଂ ତନ୍ମଧ୍ୟରୁ ଗୋଟିଏ ଆକାଉଣ୍ଟର ଫ୍ରେଣ୍ଡ୍ ଲିଷ୍ଟରେ ଅଧିକାଂଶ ଯୁବତୀ ଓ ମହିଳା ରହିଛନ୍ତି । ତେବେ ସେ କଣ ଉଦ୍ଦେଶ୍ୟମୂଳକ ଭାବେ କେବଳ ଯୁବତୀ ଓ ମହିଳାଙ୍କ ସହିତ ଫେସବୁକ୍ ମାଧ୍ୟମରେ ବନ୍ଧୁତା ରକ୍ଷା କରିବାକୁ ପସନ୍ଦ କରୁଥିଲା କି ? ହତ୍ୟାକାରୀ ରାକେଶ ସ୍ବାଇଁକୁ ଯାଜପୁର ପୋଲିସ , କମିଶନରେଟ୍ ପୋଲିସ ଠାରୁ ନେଇ ଛାନଭିନ୍ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡରେ କିଏ କିଏ ସାମିଲ ଅଛନ୍ତି ଆଗକୁ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।
WWW.SOCIALNEWSODIA.INFO
0 Comments