Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ : ଦୁଇ ଗୃହର ମିଳିତ ଅଧିବେଶନରେ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

 



29/01/2021


ନୂଆଦିଲ୍ଲୀ 📍


Editor by/- Srinibash Rout

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଏହାରିମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଗୃହର ମିଳିତ ଅଧିବେଶନରେ ସମ୍ବୋଧନ କରୁଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୬ଟି ବିରୋଧୀ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ସରକାର ଠିକଣା ସମୟରେ ନିଷ୍ପତ୍ତି ନେଇ ଲକ୍ଷ ଲକ୍ଷ ନାଗରିକମାନଙ୍କ ଜୀବନ ରକ୍ଷା କରିଥିବାରୁ ମୁଁ ଆତ୍ମସନ୍ତୋଷ ପାଇଛି । ତିନିଟି କୃଷି ବିଲ୍ ଜୋରଜବରଦସ୍ତ ଏବଂ ବିରୋଧୀଙ୍କ ସହ ଆଲୋଚନା ନକରି ପାରିତ କରାଯାଇଥିବା କାରଣରୁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି ।  କୃଷକଙ୍କ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସ୍ୱାମୀନାଥନ ସୁପାରିସ ଲାଗୁ କରି MSP ଦେଢ଼ଗୁଣା କରାଯାଇଛି ।  ଜଳ ସେଚନ ସୁବିଧା ବଢ଼ିଛି, ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି ।  ଏବେ ଦେଶର ଖାଦ୍ୟ ଉତ୍ପାଦନ ପରିମାଣ ୨୯୬ ମିଲିୟନ ଟନ୍ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ । ରାଷ୍ଟ୍ରପତି ଆହୁରି କହିଛନ୍ତି, କରୋନା କାଳରେ କେହି ଯେମିତି ଭୋକରେ ନରହିବେ ବ୍ୟବସ୍ଥା ହୋଇଛି । ଲୋକଙ୍କୁ ମାଗଣା ରାସନ, ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିଥିଲା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮ ମାସ ପର୍ଯ୍ୟନ୍ତ ୫ କିଲୋ ଲେଖାଏଁ ଚାଉଳ ୮୦ କୋଟି ଲୋକଙ୍କୁ ଦିଆଯାଇଛି । ଜନଧନ ଖାତାରେ ଗରିବ ମହିଳାଙ୍କ ଖାତାକୁ ୩୧ ହଜାର କୋଟି ଯାଇଛି । ଶ୍ରମିକଙ୍କୁ କାମ ଦେବାକୁ ଅଧିକ ୫୦ କୋଟି ଶ୍ରମ ଦିବସ ହୋଇଥିଲା ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ୧୪ କୋଟି ସିଲିଣ୍ଡର ମାଗଣା ମିଳିଥିଲା ।


WWW.SOCIALNEWSODIA INFO

Post a Comment

0 Comments