Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଯାଜପୁର,ଖରସ୍ରୋତା ବନ୍ୟାଞ୍ଚଳ ବୁଦ୍ଧିଜୀବୀ ସମ୍ମିଳନୀ ଓ ଅଖିଳଚକ୍ର ଓଡିଶା ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ବରୀ ବ୍ଲକ ଅନ୍ତର୍ଗତ ଅରିଲୋ ଶାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ

 







୨୬-୦୧-୨୦୨୧

ଯାଜପୁର

ସୁଶାନ୍ତ ସାହୁ 

ଯାଜପୁର,ଖରସ୍ରୋତା ବନ୍ୟାଞ୍ଚଳ ବୁଦ୍ଧିଜୀବୀ ସମ୍ମିଳନୀ ଓ ଅଖିଳଚକ୍ର ଓଡିଶା ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ବରୀ ବ୍ଲକ ଅନ୍ତର୍ଗତ ଅରିଲୋ ଶାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଭାପତି ଅଟଳ ବିହାରୀ ନାୟକଙ୍କ ପୌରୋହିତ୍ୟରେ  ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟବର୍ଦ୍ଧନ ଧଳ ଯୋଗ ଦେଇଥିବା ବେଳେ ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରବୋଧ ସାମଲ ଓ ସ୍ଥାନୀୟ ଅଙ୍ଗାଳୋ ସରପଞ୍ଚ ହର୍ଷବର୍ଦ୍ଧନ ସାମଲ,ମଧୁସୂଦନପୁର ସରପଞ୍ଚ ପ୍ରମୋଦ ସାମଲ,ଅଚ୍ୟୁତାନନ୍ଦ ସାମଲ, ଅଶୋକ ସାମଲ  ପ୍ରମୁଖ ଅତିଥି ମାନେ ଯୋଗ ଦେଇଥିଲେ l ମନ୍ମଥ ରାୟ, ସତ୍ୟରଞ୍ଜନ କର, ବନଜା ସାମଲ, ଶରତ କୁମାର ସାହୁ, ମନୋଜ ନାୟକ, ପ୍ରତାପ ଚନ୍ଦ୍ର ଦାଶ ପ୍ରମୁଖ ବ୍ୟକ୍ତି ବିଶେଷ ମାନଙ୍କୁ ଶିକ୍ଷା, ସାହିତ୍ୟ, କଳାସ୍ଥାପତ୍ୟ, ଇତିହାସ,  ବିଜ୍ଞାନ,ସଂସ୍କୃତି, ଶ୍ରେଷ୍ଠ  କୋଭିଡ ଯୋଦ୍ଧା ହିସାବରେ ସେମାନଙ୍କ ଅବଦାନ ପାଇଁ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦ୍ୱାରା  ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଏହି ସମ୍ବର୍ଦ୍ଧନା ଉତ୍ସବରେ ସ୍ଥାନୀୟ ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ଉପସ୍ଥିତ ଥିବାବେଳେ ଏହି ସଭାରେ ବହୁ  ସ୍ଥାନୀୟ ଲୋକଙ୍କ  ସହିତ ବହୁ  ଶିକ୍ଷାବିତ୍, ଜ୍ଞାନୀ ଗୁଣି, ବିଜ୍ଞ ମାନ୍ୟଗନ୍ୟ  ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ l



 

Post a Comment

0 Comments