13/01/2021


ଛତ୍ରପୁର 📍

Editor by/- Srinibash Rout

ମହିଳାଙ୍କୁ ସୁରକ୍ଷା ଓ ସହାୟତା ନିମନ୍ତେ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହିକ୍ରମରେ ନିର୍ଭୟା ଯୋଜନାରେ ରାଜ୍ୟ ପୋଲିସକୁ ୫ ଶହ ସ୍କୁଟି ଯୋଗାଇ ଦିଆଯାଇଛି। ଯଦି କେହି ମହିଳା ରାସ୍ତାରେ ଯିବାବେଳେ ଅସୁରକ୍ଷିତ ମନେକରନ୍ତି, ସେମାନେ ପୋଲିସକୁ ଯୋଗାଯୋଗ କଲେ ମହିଳା ପୋଲିସ କର୍ମଚାରୀ ସଙ୍ଗେ ସଙ୍ଗେ ସ୍କୁଟିରେ ଯାଇ ସେଠାରେ ପହଞ୍ଚିବେ। 


ଗଞ୍ଜାମ ଜିଲ୍ଲାରେ ପୋଲିସକୁ ୩୨ ସ୍କୁଟି ଦିଆଯାଇଛି। ସେଥିମଧ୍ୟରୁ ବ୍ରହ୍ମପୁର ପୋଲିସ ଜିଲାକୁ ୧୧ ଓ ଗଞ୍ଜାମ ପୋଲିସ ଜିଲାକୁ ୨୧ଟି ସ୍କୁଟି ଆସିଛି। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ( ୧୨/୦୧/୨୦୨୧ ) ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହିରୋ ମୋଟର୍ସର ଜଣେ କର୍ମଚାରୀ ୧୧ଟି ସ୍କୁଟି ଏସ୍‌ପି ପିନାକ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ। 

ସହର ଓ ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ଥାନାକୁ ଗୋଟିଏ ଗୋଟିଏ ସ୍କୁଟି ଦିଆଯିବ ଏବଂ ଏଥିରେ ଦକ୍ଷ ମହିଳା ପୋଲିସ କର୍ମଚାରୀମାନେ ପାଟ୍ରୋଲିଂ କରିବେ। ସେହିପରି ଛତ୍ରପୁର ପୋଲିସ ପଡ଼ିଆଠାରେ ଗଞ୍ଜାମ ପୋଲିସ ଜିଲ୍ଲାର ୨୧ ଥାନାର ମହିଳା ପୋଲିସଙ୍କୁ ଏହି ସ୍କୁଟି ଦିଆଯାଇଛି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ଅଶୋକ କୁମାର ମହାନ୍ତି, ଡିଏସ୍‌ପି ସାମୁଏଲ ପ୍ରଧାନ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ସରଜେଣ୍ଟ ସଞ୍ଜୟ କୁମାର ବାରିକ, ପୋଲିସ କନଷ୍ଟେବଳ ଓ ହାବିଲଦାର ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ, ସମ୍ପାଦକ ବ୍ରଜମୋହନ ଜେନା, ଏ. ରାବଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ।


WWW.SOCIALNEWSODIA.INFO