Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନଈକୁ ନେଇ ଅନଶନ

 ‌   


------------------ ପ୍ରଦୀପ ନାୟକ


ନଈସଵୁ ଯେବେ ଶୁଖିବାକୁ ଲାଗିଲେ

କିଛି ଲୋକ ଅନଶନ କଲେ

ଯେବେ ବନ୍ୟା ଆସିଲା ନଈରେ

କ୍ଷେତଧୋଇ, ଘରଭଙ୍ଗା ପାଇଁ ଅନଶନ

ନଈ କୂଳରେ ଯେବେ ଚହଟିଲା କ୍ଷେତ

କିଛି ଫରକ୍ ନଥିଲା ଅନଶନରେ

ବାଦେଇ ନଈ ଉପର ମୁଣ୍ଡରୁ ପଟୁ ଆଣି

ଗଦେଇ ଦେଉଛି ତଳମୁଣ୍ଡରେ 

ଯେବେ ନଈ ନଥିଲା ସେବେ

କିଛି ଲୋକ ପାଣି ପାଇଁ ଅନଶନରେ ।


ନଈର ଇତିହାସ ଲେଖୁଥିବା ସମୟ

ଦେଖୁଥିଲା ବଦଳିଛି ଶାସନ ।


ଏବର ଶାସକ କହିଲା ଏସବୁ

ଗଲା ପାଞ୍ଚବର୍ଷ ଭୁଲର ପରିଣାମ

ବିରୋଧୀ କହିଲା ଟିକିଏ ବି ଦରଦ ନାହିଁ

ଏ ଶାସକର କ୍ଷତିଗ୍ରସ୍ତଙ୍କ ପାଇଁ ।


ଯେଉଁ ମାନଙ୍କ ଦଳ ଗାଦୀରେ

 ସେମାନଙ୍କ  କର୍ମୀଏ ଚୁପ୍

ଯେଉଁ ମାନେ ଭୋଟ ଦିଅନ୍ତି

 ଟଙ୍କା ନେଇ ଫି' ଥର

ସେମାନେ କହିଲେ ନଈ ପାଇଁ

ଯେତେସବୁ ଅରାଜକତା ଦେଶରେ

ଯେଉଁ ନଈ କ୍ଷେତ ଉଜାଡେ

ବନ୍ଧବାଡ ମାନେ ନାହିଁ

ପଟୁ ଚୋରାଏ....

ଯେତେସବୁ ଫାଜିଲ୍ ଗୀତ ଗାଏ

ସେ ନଈ ଥାଇ କେତେ ନଥାଇ କେତେ !

ଦେଶରେ ଆଇନ କାନୁନ୍ କିଛି ଅଛି ନା- ନାହିଁ ।

_____________________

ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା । ଫୋନ:୮୯୧୭୩୭୦୨୨୭

Post a Comment

0 Comments