Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନିଖୋଜ ୮୯୪ ଶିଶୁ ଉଦ୍ଧାର;ରାଜ୍ୟ POLICE ସ୍ପେଶାଳ ଡ୍ରାଇଭରେ ।

 


28/01/2021



Editor by/- Srinibash Rout

ରାଜ୍ୟ ପୁଲିସକୁ ବଡ ସଫଳତା । ୮ ଦିନରେ ସ୍ପେଶାଲ ଡ୍ରାଇଭ କରି ପୁଲିସ ୮୯୪ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଏହି ସ୍ପେଶାଲ ଡ୍ରାଇଭ ୨୦୨୧ ଜାନୁଆରୀ ୧୮ରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିଥିଲା । ସାରାର ପୁଲିସ ଏହି ସ୍ପେଶାଲ ଡ୍ରାଇଭରେ ସାମିଲ ହୋଇ ୮ ଦିନରେ ୯୯୪ ପିଲାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଉଦ୍ଧାର ହୋଇଥିବା ପିଲାମାନଙ୍କ ମଧ୍ୟରୁ ୯୪ ଜଣ ବାଳକ ଥିବାବେଳେ ୮୦୦ ଜଣ ବାଳିକା ଥିଲେ । ସେହିଭଳି ନିଖୋଜ ନେଇ ରୁଜୁ ହୋଇଛି ୮୩୪ଟି ମାମଲା । ଏହି ସ୍ୱତନ୍ତ୍ର ଅଭିଯାନରେ କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ ୧୨୭ ପିଲାଙ୍କୁ ଉଦ୍ଧାର କରିଛି ଜିଲ୍ଲା ପୁଲିସ । ସେହିଭଳି ମୟୁରଭଞ୍ଜ ଜିଲ୍ଳାରୁ ୧୧୧ ଏବଂ ବାଲେଶ୍ୱର ଜିଲ୍ଳାରୁ ୮୮ ଜଣଙ୍କୁ ଉଦ୍ଧାର କରିଛି କରାଯାଇଛି । ବିଭିନ୍ନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଏଭଳି କାର୍ଯ୍ୟକୁ ଡିଜିପି ଶ୍ରୀ ଅଭୟ ଭୂୟସୀ ପ୍ରଶଂସା କରିଛନ୍ତି । ଏନେଇ ଶ୍ରୀ ଅଭୟ କହିଛନ୍ତି ଯେ, ରାଜ୍ୟରେ ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ପେଶାଲ ଡ୍ରାଇଭ ଜାରି ରହିବ ।


WWW.SOCIALNEWSODIA.INFO

Post a Comment

0 Comments