17/02/2021
ନୂଆଦିଲ୍ଲୀ📌
Editor by/- srinibash Rout
ବୁଧବାର (୧୭/୦୨/୨୦୨୧) ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୧୦୮ ଅଙ୍କ ହ୍ରାସ ପାଇ ୫୧,୯୯୬.୯୪ରେ ଖୋଲିଥିଲା । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୪ ଅଙ୍କ ୧୫,୨୭୯.୯୦ରେ ଖୋଲିଥିଲା ।
କାରବାର ସମୟରେ ସେନସେକ୍ସ ୩୧୫ ଅଙ୍କ ହ୍ରାସ ପାଇ ୫୧,୬୮୧.୪୮କୁ ଖସିଆସିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ କାରବାର ସମୟରେ ୧୧୨ ଅଙ୍କ ହ୍ରାସ ପାଇ ୧୫,୨୦୧.୨୫କୁ ଖସିଆସିଥିଲା ।
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେୟାର ବୃଦ୍ଧି ପରିଲକ୍ଷିତ ହୋଇଛି । ପିଏସୟୁ ବ୍ୟାଙ୍କ ଇଣ୍ଡେକ୍ସ୍ ୪ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଏଫଏମସିଜି, ଆଇଟି, ମେଟଲ ଏବଂ ଫାର୍ମା କମ୍ପାନୀ ଗୁଡିକର ସେୟାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।
ଆମେରିକାର ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ବୁଧବାର ପ୍ରତି ଡଲାର ପିଛା ଟଙ୍କାର ମୂଲ୍ୟ ୨୩ ପଇସା ବୃଦ୍ଧି ପାଇ ୭୨.୯୨ ଟଙ୍କା ରହିଛି ।
socialnewsodia.info
0 Comments