Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଚୌରୀଚୌରା ଶତବାର୍ଷିକୀ ସମାରୋହକୁ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 


04/02/2021


Editor by/- Srinibash Rout

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଚୌରୀଚୋରା ଠାରେ ଚୌରୀ ଚୌରା ଶତବାର୍ଷିକୀ ସମାରୋହକୁ ଭିଡିଓ କନ୍‍ଫରେନ୍ସିଂ ଯୋଗେ ଉଦ୍‍ଘାଟନ କରିବେ। ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ଐତିହାସିକ ଘଟଣାଭାବେ ପରିଚିତ ଚୌରୀଚୋରା ଘଟଣାକୁ ଆଜି ୧୦୦ବର୍ଷ ପୁରୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ଚୌରୀଚୌରା ଶତବାର୍ଷିକୀ ସମାରୋହ ଅବସରରେ ଏକ ଡାକଟିକେଟ ଉନ୍ମୋଚନ କରିବେ।


ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଚୌରୀ ଚୋରା ଘଟଣାକୁ ସ୍ମରଣ କରି ରାଜ୍ୟ ସରକାର ସମସ୍ତ ୭୫ଟି ଜିଲ୍ଲାରେ ଆଜିଠାରୁ ୧ ବର୍ଷ ବ୍ୟାପୀ ବିଭିନ୍ନ ଉତ୍ସବର ଆୟୋଜନ କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଯୋଜନା କରାଯାଇଥିବା ଶତବାର୍ଷିକୀ ଉତ୍ସବ ଏବଂ ବିଭିନ୍ନ କାର୍ୟ୍ୟକ୍ରମକୁ ସମସ୍ତ ୭୫ଟି ଜିଲ୍ଲାରେ ଫେବୃଆରୀ ୪, ୨୦୨୧ରୁ ଆରମ୍ଭ କରାଯାଇ ଫେବୃଆରୀ ୪, ୨୦୨୨ ପର୍ୟ୍ୟନ୍ତ ପାଳନ କରାଯିବ ।


SOCIALNEWSODIA.INFO

Post a Comment

0 Comments