Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସତ୍ୟତାରେ ଅପରିମିତ ବଳ ଭରି ରହିଛି ।

 


26/02/2021


Editor by/- Srinibash Rout

ଆପଣ ସଦାବେଳେ ସତ କହନ୍ତୁ ଏବଂ ନିଜର ବିଚାରକୁ ସତ୍ୟତା ଦ୍ୱାରା ପରିପୂର୍ଣ୍ଣ କରି ରଖନ୍ତୁ । ଆଚରଣରେ ସତ୍ୟତାକୁ ସ୍ଥାନ ଦିଅନ୍ତୁ ଏବଂ ନିଜକୁ ସତ୍ୟତାରେ ସିକ୍ତ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଏପରି ଏକ ପ୍ରଚଣ୍ଡ ବଳ ପ୍ରାପ୍ତ ହେବ, ଯାହା ସଂସାରର ସମସ୍ତ ବଳ ଠାରୁ ଅଧିକ । କନଫୁସିୟସ କହୁଥିଲେ ଯେ ସତ୍ୟରେ ହଜାରେ ହାତୀର ବଳ ରହିଛି । ବାସ୍ତବରେ ସତ୍ୟରେ ଅପାର ବଳ ରହିଛି । ଭୌତିକ ସୃଷ୍ଟିର କୌଣସି ବଳ ସହିତ ତାହାର ସମତୁଲ୍ୟ କରାଯାଇ ନପାରେ । 



ଯିଏ ନିଜର ଆତ୍ମା ସମ୍ମୁଖରେ ସଚ୍ଚା, ଯିଏ ନିଜ ଅନ୍ତରାତ୍ମାର ଆବାଜ ଅନୁସାରେ ଆଚରଣ କରିଥାଏ, ଆଡମ୍ୱର, ଧୋକାବାଜି, ଚାଲାକିକୁ ତିଳାଂଜଳି ଦେଇଛି ଯିଏ ସଚ୍ଚୋଟତାକୁ ନିଜର ନୀତି କରି ଦେଇଛି, ସେ ଏହି ଦୁନିଆର ସବୁଠାରୁ ବଡ ବୁଦ୍ଧିମାନ ବ୍ୟକ୍ତି । କାରଣ ସଦାଚରଣ କାରଣରୁ ମନୁଷ୍ୟ ଶକ୍ତିପୁଞ୍ଜରେ ପରିଣତ ହୋଇଯାଏ । ତାକୁ କେହି ଡରାଇ ପାରେ ନାହିଁ । ଯଦ୍ୟପି ମିଛ ଓ ମିଥ୍ୟାଚାରୀ ଲୋକମାନଙ୍କର କଲିଜା କଥା-କଥାରେ ସଶଂକତ ରହେ ଏବଂ ଅଶ୍ୱତଥ ପତ୍ର ଭଳି ଥରୁଥାଏ ।


 ଧନ-ବଳ, ଜନ-ବଳ, ଶରୀର-ବଳ, ମନ-ବଳ ଆଦି ଅନେକ ପ୍ରକାରର ବଳ ଏହି ସଂସାରରେ ଅଛି । କିନ୍ତୁ ସତ୍ୟର ବଳ ସବୁଠାରୁ ଅଧିକ ଶକ୍ତିଶାଳୀ । ସଚ୍ଚାପୁରୁଷ ଏତେ ଶକ୍ତିଶାଳୀ ହୋଇଥାଏ ଯେ, ତା ଆଗରେ ମନୁଷ୍ୟ ବି ନୁହେଁ, ଦେବତା ବି ନୁହେଁ, ପରମାତ୍ମାଙ୍କୁ ମଧ୍ୟ ଝୁଙ୍କିବାକୁ ପଡିଥାଏ ।



socialnewsodia.info

Post a Comment

0 Comments