09/02/2021
ନୂଆଦିଲ୍ଲୀ 📍
Editor by/- srinibash Rout
୧୫ଦିନର ଲୁଚକାଳି ଖେଳିର ଅନ୍ତ । ଶେଷରେ ପୋଲିସ ହାତରେ ଧରିପଡିଲେ ଦୀପ୍ ସିଦ୍ଧୁ । ଦିଲ୍ଲୀ ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୀପ ସିଦ୍ଧଙ୍କୁ ଗିରଫ କରିଛି। ଦୀପ ସିଦ୍ଧୁଙ୍କୁ ଧରାଇଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଦିଲ୍ଲୀ ପୋଲିସ।
ଜାନୁଆରୀ ୨୬ରେ ହୋଇଥିବା ଟ୍ରାକ୍ଚର ରାଲି ହିଂସା ମାମଲାରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟୁ ଦୀପ ସିଦ୍ଧୁ ମୁଖ୍ୟ ଥିଲେ ଜଣେ । ୧୫ ଦିନ ଧରି ଫେରାର ହେବାପରେ ଦୀପ ସିଦ୍ଧୁ ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି। ଆଜି ଭୋରରୁ ଦିଲ୍ଲୀ ପୋଲିସ ତାକୁ ଗିରଫ କରିଛି। ଦୀପ ସିଦ୍ଧୁ ପଞ୍ଜାବୀ ଫିଲ୍ମର ଜଣେ ଅଭିନେତା। ସେ ବଲିଉଡ୍ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ନିକଟତର ଥିଲେ।
ଜାନୁଆରୀ ୨୬ ପରଠାରୁ ଦୀପ ସିଦ୍ଧୁ ଫେରାର ହେବାସହିତ ବିଭିନ୍ନ ସମୟରେ ଭିଡିଓ ଜାରି କରି ସେ ଏହି ମାମଲାରେ ସଂପୃକ୍ତ ନାହିଁ ବୋଲି ସଫେଇ ଦେଇଥିଲା। ଟ୍ରାକ୍ଟର ରାଲି ହିଂସା ଏବଂ ଆନ୍ଦୋଳନରତ ଚାଷୀଙ୍କ ଦ୍ବାରା ଲାଲକିଲ୍ଲାରେ ଜବରଦସ୍ତ ପ୍ରବେଶ ପାଇଁ ଦୀପ ସିଦ୍ଧୁ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ଅଭିଯୋଗ ରହିଛି। କିନ୍ତୁ ଦୀପ ସିଦ୍ଧୁ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହୁଥିଲେ । ତେବେ ଗଲା ୧୫ଦିନ ହେଲା ପୋଲିସ ହାତର ଖସିଯାଉଥିଲେ ଦୀପ୍ ସିଦ୍ଧୁ । ଶେଷରେ ପୋଲିସ ହାତରେ ଧରପଡିଛନ୍ତି ଦୀପ୍ ସିଦ୍ଧୁ ।
socialnewsodia.info
0 Comments