Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

+୩ ଛାତ୍ର ଛାତ୍ରୀ ଅନ୍‌ଲାଇନରେ ପଢ଼ିବେ ପାଠ ୧ରୁ ଆରମ୍ଭ ପାଠପଢ଼ା ।

 


26/02/2021


Editor by/- Srinibash Rout

ଆସନ୍ତା ମାର୍ଚ୍ଚ ୧ରୁ ଯୁକ୍ତ୩ ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ। ଏନେଇ ବୁଧବାର ( ୨୪/୦୨/୨୦୨୧ ) ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ ଗତ ଜାନୁୟାରୀ ୧୧ରୁ ଅଫ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହୋଇଛି। ସେହିପରି ଗତ ୧୦ ତାରିଖରୁ ସ୍ନାତକୋତ୍ତର ପ୍ରଥମ ବର୍ଷ ଏବଂ ତିନି ବର୍ଷୀୟ ସ୍ନାତକ ପାଠ୍ୟକ୍ରମର ଦ୍ବିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ସହ ୪ ବର୍ଷୀୟ ସ୍ନାତକ ପାଠ୍ୟକ୍ରମର ତୃତୀୟ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍‌ଲାଇନ୍‌ରେ ଚାଲିଛି। କୋଭିଡ୍‌-୧୯ କଟକଣା ନିୟନ୍ତ୍ରଣକୁ ଆସିପାରି ନ ଥିବାରୁ ଯୁକ୍ତ୩ ପ୍ରଥମ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍‌ଲାଇନ୍‌ରେ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଅନ୍‌ଲାଇନ୍‌ରେ କରିବାକୁ ଚିଠିରେ ଉଳ୍ଲେଖ କରାଯାଇଛି।


socialnewsodia.info

Post a Comment

0 Comments