ରାଜନଗର, ୧୯ା୨
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତର ବାରଦିଆ (ପୋଖରିଆ) ଗ୍ରାମରେ ବାବା ବିଶ୍ୱେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଛିି । ଦୀର୍ଘ ୪ ବର୍ଷ ଧରି ଏହି ଦିନରେ ପ୍ରତିଷ୍ଠା ଦିବସ ପାଳିତ ହେଇଆସୁଥିଲା। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାବା ବିଶ୍ୱେଶ୍ୱରଙ୍କ ୫ମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶୈବଯଜ୍ଞ ଆଜି ଶେଷ ହୋଇଛି ଆସନ୍ତାକାଲି ଶନିବାର ଠାରୁ , ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ, ହରିହାଟ ଏବଂ ପ୍ରବଚନ ଆରମ୍ଭ ହେବ ଗତ ୧୭ତାରିଖ ବୁଧବାର ଦିନ ଯଜ୍ଞ ପାଇଁ ଗ୍ରାମରୁ କଳସ ଯାତ୍ରା ବାହାରି କେରଡାଗଡ଼ ବ୍ରାହ୍ମଣୀ ନଦୀରେ କଳସ ବୁଡାଇ ପୁଣି ଗ୍ରାମ ଅଭିମୁଖେ ଶ୍ରଦ୍ଧାଳୁ ପ୍ରତ୍ୟାବର୍ତ୍ତନ କରିଥିଲେ । ବୁଧବାରଠାରୁ ତିନି ଦିନ ଧରି ଯଜ୍ଞ କାର୍ଯ୍ୟକ୍ରମ ଚାଲିଆସୁଥିଲା । ଆଜି ଶୁକ୍ରବାର ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଛି ଏଥିରେ ଶହ ଶହ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା ଚମ୍ଫାଦିଆ ,କେରଡାଗଡ,ବାଲିସାହିପାଟଣା ,ଧାନଦିଆ, ନୂଆଗାଁ ପଦିନି ମଧୁପୁର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲେ। ଏଥିରେ ସମସ୍ତ ଶ୍ରଦ୍ଧାଳୁ କୋଭିଡ ନିୟମ ମାନି ଅଗ୍ନି ଦେବତାଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ ରାତି ୮ଟା ୩୦ରୁ ଆରମ୍ଭ ହୋଇଥିଲା । ଏହି ପ୍ରବଚନରେ କଟକରୁ ଆସିଥିବା ପ୍ରସିଦ୍ଧ ପ୍ରବଚକ ଚାରଣ ଗଦାଧର ଦାସ ମହାରାଜଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚାରଣ ଗଦାଧର ଦାସ ମହାରାଜ ଓ ହାରମୋନିୟମ ସହଯୋଗୀ ଜଗବନ୍ଧୁ ବାବୁ, ତାବଲିଷ୍ଟ ରମାକାନ୍ତ ବେହେରା, ପାଳିଆ ସନାତନ ସୂତାର, ସହଯୋଗ ବାନାମ୍ବର ଭୂୟାଙ୍କ ଦ୍ୱାରା ଶୁଣିବାକୁ ମିଳିଥିଲା ଭକ୍ତ-ଭଗବାନ ମିଳନ, ଭଗବାନ ନିକଟତର ଭକ୍ତ କିପରି ହୋଇପାରିବ, ଭଗବାନଙ୍କୁ ଭକ୍ତ କିପରି ପାଇପାରିବ, ଭକ୍ତ ଓ ଭଗବାନଙ୍କ ମଧ୍ୟରେ କିପରି ମିଳନ ହୋଇପାରିବ ଏହି ବିଷୟରେ ଶୁଣି ଭକ୍ତ ଭାବ ବିହ୍ୱଳ ହୋଇଯାଇଥିଲେ । ଭାବର ଠାକୁର ଶ୍ରୀ ବାବା ବିଶ୍ୱେଶ୍ୱରଙ୍କ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ । ଶୁକ୍ରବାର ସଂଧ୍ୟାରେ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନର ଅଧିବାସ ଆରମ୍ଭ ହୋଇଛି । ଗ୍ରାମର ମୂରବୀ ନାରାୟଣ ଭୂୟାଁ, ଅଲେଖ ଭୂୟାଁ, ରମେଶ ପ୍ରଧାନ, ସନାତନ ପରିଡା, ହରେକୃର୍ଷ୍ଣ ଭୂୟାଁ, ନାରାୟଣ ପ୍ରସାଦ ପ୍ରଧାନ, ମହେଶ୍ୱର ଦାସ, ପ୍ରବୀର ପ୍ରଧାନ, ସୁନାକର ପ୍ରଧାନ, ପ୍ରଫୁଲ୍ଲ ସାହୁ, ଜଗବନ୍ଧୁ ପ୍ରଧାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସଂପାଦନ କରିଥିଲେ । ପୂଜା କମିଟିର ସଂପାଦକ ସନ୍ତୋଷ କୁମାର ଭୂୟାଁଙ୍କ ସହିତ କମିଟି ସଦସ୍ୟ ଅରୁଣ ପ୍ରଧାନ, ରଞ୍ଜନ, ପ୍ରଧାନ, ପ୍ରମୋଦ ପ୍ରଧାନ, ପ୍ରେମଜିତ ପ୍ରଧାନ, ବସନ୍ତ କୁମାର ଭୂୟାଁ, ବିନୟ ଭୂୟାଁ, ଅନନ୍ତ ଭୂୟାଁ, ଅସିତ ଭୂୟାଁ, କିରଣ ପ୍ରଧାନ, ବିଜୟ ପ୍ରଧାନ, ଭ୍ରମର ପ୍ରଧାନ ବହୁ ସଂଖ୍ୟା ଭକ୍ତ ଯୋଗ ଦେବାକୁ ଅନୁରୋଧ କରିଥିଲେ । ପ୍ରତ୍ୟେକ ମଧ୍ୟାହ୍ନ ଓ ସଂଧ୍ୟାରେ ପ୍ରସାଦ ସେବନର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।
0 Comments